ଭୁବନେଶ୍ବର : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସପରିବାର ଆସନ୍ତା ୨୩ ତାରିଖ ଠାରୁ ଆନ୍ଧ୍ର, ଓଡିଶା, ପଶ୍ଚିମବଙ୍ଗ ଓ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି। ସେହିଦିନ ବିଶାଖାପାଟଣାରେ ପହଞ୍ଚିବା ପରେ ସେଠାରେ କିଛି ପୂଜାର୍ଚନା କରି ସ୍ୱାମୀ ସ୍ୱରୂପା ନନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଭୁବନେଶ୍ୱର ଆସି ସନ୍ଧ୍ୟା ୬ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ମିଳିଥିବା ସୂଚନା ମୁତାବକ, ଶ୍ରୀ ରାଓ ସେଦିନ ନବୀନ ନିବାସରେ ରାତ୍ରିଯାପନ କରିବେ। ପୂର୍ବରୁ େକହି େନତା ରାଜନୈତିକ କାର୍ଯ୍ୟକ୍ରମରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ େଭଟିବା ପରେ ନବୀନ ନିବାସରେ ରାତ୍ରିଯାପନ କରିନାହାନ୍ତି। କିଛି େନତାଙ୍କୁ ନବୀନ ମଧ୍ୟାହ୍ନ େଭାଜନ, ରାତ୍ରି େଭାଜନରେ କେବଳ ଆପ୍ୟାୟିତ କରିଥିବା ନଜିର ରହିଛି। ଏହି ସୂଚନା ଅନୁସାରେ, ୨୪ ତାରିଖ ଦିନ କେସିଆର ପୁରୀ ଓ କୋଣାର୍କ ପରିଦର୍ଶନ କରିବା ପରେ ଭୁବନେଶ୍ୱର ଫେରିଆସିବେ ଏବଂ ଏଠାରେ ମଧ୍ୟାହ୍ନ ଭୋଜନ କରିବେ। ସେହିଦିନ ସନ୍ଧ୍ୟାରେ ସେ ବିମାନ ଯୋଗେ କୋଲକାତା ଯିବେ। ତେବେ ନବୀନ ନିବାସ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏ େନଇ କୌଣସି ସୂଚନା ଦିଆଯାଇନାହିଁ।
ମିଳିଥିବା ସୂଚନା ଅନୁସାରେ, ସେହିଦିନ ଅପରାହ୍ନ ୪ଟା ବେଳେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ସପରିବାର କାଳୀମନ୍ଦିର ପରିଦର୍ଶନ କରିବେ ଓ ସେହିଦିନ ନୂଆଦିଲ୍ଲୀ ଫେରିଯିବେ।
ଡିସେମ୍ବର ୨୫ତାରିଖରୁ ଦୁଇ ତିନି ଦିନ ପାଇଁ ନୂଆଦିଲ୍ଲୀରେ ସେ ଅବସ୍ଥାନ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ବିଏସପି ନେତ୍ରୀ ମାୟାବତୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ବିେରାଧରେ ମହାଗଠବନ୍ଧନ ପ୍ରସ୍ତୁତି ଜାରି ରହିଥିବା ବେଳେ େକସିଆରଙ୍କ ଏହି କାର୍ଯ୍ୟକ୍ରମ ରାଜନୈତିକ ମହଲକୁ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଜାତୀୟ ରାଜନୀତିରେ ମଧ୍ୟ ଏହା ଉପରେ ବିତର୍କ ଆରମ୍ଭ ହୋଇଗଲେଣି। କାହିଁକି ହଠାତ୍ କେସିଆର୍ ଏଭଳି ପଦକ୍ଷେପ ନେଉଛନ୍ତି, େସ େନଇ କେହି େଠାସ୍ ଆକଳନ କରିପାରିନାହାନ୍ତି।
ଅନ୍ୟପକ୍ଷରେ ରାଜନୈତିକ ମହଲର କହିବା କଥା େହଉଛି, େକନ୍ଦ୍ରରେ ଉଭୟ ଏନଡିଏ ଓ ଉପା ବିପଦରେ ରହିଛନ୍ତି। କାରଣ, ଯେଉଁ ସବୁ ରାଜ୍ୟରେ ଆଞ୍ଚଳିକ ଦଳ ସଶକ୍ତ ରହିଛନ୍ତି, େସଠାରେ ଉଭୟ କଂଗ୍ରେସ ଓ ବିେଜପି ସଫଳ ହୋଇପାରୁନାହାନ୍ତି। ସଦ୍ୟସମାପ୍ତ ନିର୍ବାଚନରେ ମଧ୍ୟ ଏହାର ଝଲକ ମିଳିଛି।
ତେଲେଙ୍ଗାନା େହଉ କିମ୍ବା ଓଡ଼ିଶା ଅଥବା ପଶ୍ଚିମବଙ୍ଗ, ଏଠାରେ ଆଞ୍ଚଳିକ ଦଳ େବଶ ସଶକ୍ତ ଅଛନ୍ତି।ଆଜି ଦିନରେ ଯାହା ଚିତ୍ର ରହିଛି, ସେଥିରେ ବିେଜପି େଯ ଏକ ଆଖିଦୃଶିଆ ସଫଳତା ପାଇବ, ତାହାର ଆଶା କମ୍। ଏମିତି ପରିସ୍ଥିତିରେ େକସିଆର ନବୀନ ପଟ୍ଟନାୟକ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆେଲାଚନା ପାଇଁ ବାଟ େଖାଲିବା ଭିନ୍ନ ଏକ ସଙ୍କେତ େଦଉଛି। ସମ୍ଭବତଃ, ଏସବୁ ଆଞ୍ଚଳିକ ନିଜ ରାଜ୍ୟର ସ୍ବାର୍ଥକୁ ସାମ୍ନାକୁ ଆଣି ଜାତୀୟ େମଣ୍ଟ ସହିତ ମୂଲଚାଲ କରିପାରନ୍ତି। ଯିଏ େସମାନଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେବ, ତାକୁ ସେମାନେ ସମର୍ଥନ କରିବେ। ଯଦି ଏହା ହୁଏ, ତେବେ ଜାତୀୟ ରାଜନୀତିରେ ଭିନ୍ନ ଏକ ସମୀକରଣ ସୃଷ୍ଟି େହାଇପାରେ ଓ ଆଞ୍ଚଳିକ ଦଳମାନେ ପ୍ରଭାବୀ େହାଇପାରନ୍ତି େବାଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/NAVEEN-kcr-copy.jpg)