ଓଡ଼ିଶା ଆସୁଛନ୍ତି ‘ଚନ୍ଦ୍ରଯାନ-୨’ର ପ୍ରମୁଖ ବିନ୍ଧାଣୀ ତଥା ଇସ୍ରୋ ମୁଖ୍ୟ କେ.ଶିବନ୍

ଭୁବନେଶ୍ୱର: ଓଡିଶା ଆସୁଛନ୍ତି ଚନ୍ଦ୍ରଯାନ-୨ର ମୁଖ୍ୟ ବିନ୍ଧାଣୀ ତଥା ଇସ୍ରୋ ମୁଖ୍ୟ କେ ଶିବନ | ଶିବନ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଆଇଆଇଟି ଭୁବନେଶ୍ୱରର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ | କେ ଶିବନ ଏଠାରେ ନିଜର ଉଦବୋଧନ ରଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି | ଚନ୍ଦ୍ରଯାନ-୨ ର ପ୍ରସ୍ତୁତିରେ କେ ଶିବନଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିଲା | ଚନ୍ଦ୍ରଯାନ-୨କୁ ନେଇ ଯେତେବେଳେ ଶିବନ ନିଜ କୋହ ସମ୍ଭାଳିପାରିନଥିଲେ |ଶିବନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କୋଳେଇ ନେବା ସହ ମୋଦୀ ନିଜେ ମଧ୍ୟ ଭାବବିହ୍ଵଳ ହୋଇ ପଡ଼ିଥିଲେ। କୋଳାଗ୍ରତ ଅବସ୍ଥାରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପିଠି ଆଉଁସି ଦେବାବେଳେ ଶିବମଙ୍କ ଆଖିରେ ଲୁହ ବୋଲ ମାନି ନ ଥିଲା। ଏଠାରେ ସୂଚନା ଥାଉ କି ଇସ୍ରୋ ମୁଖ୍ୟ ଶିବନ ଜଣେ ସାଧାରଣ କୃଷକ ପରିବାରରୁ ଆସିଛନ୍ତି।

ସେ ତାମିଲ ମାଧ୍ୟମରେ ସ୍ଥାନୀୟ କନ୍ୟାକୁମାରୀ ଜିଲ୍ଲାର ଗୋଟିଏ ସରକାରୀ ସ୍କୁଲ୍‌ରେ ପଢ଼ିଥିଲେ। ଡକ୍ଟର୍‌ ଅଫ୍‌ ସାଇନ୍‌ସ୍‌, ଶ୍ରୀହରି ଓମ୍‌ ଆଶ୍ରମ ପ୍ରେରିତ ଡକ୍ଟର୍‌ ବିକ୍ରମ ସରାଭାଇ ରିସର୍ଚ ଆଓ୍ଵାର୍ଡ ଆଦି ଅନେକ ପୁରସ୍କାର ଓ ସମ୍ମାନ ସେ ପାଇଛନ୍ତି। କେ ଶିବନ୍ ଏକ ସାଧାରଣ କୃଷକ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଜଣେ କୃଷକ ଥିଲେ। ତାଙ୍କ ନିଜ ଗାଁ ତରକନଭିଲାଇର ସରକାରୀ ବିଦ୍ୟାଳୟ ଏବଂ ନିକଟସ୍ଥ ବାଲାନଗୁମାରଭିଲାଇରେ ସେ ପଢ଼ୁଥିଲେ। ଏହା ପରେ ସେ ନାଗରକୋଏଲସ୍ଥିତ ସେଣ୍ଟ ହିନ୍ଦୁ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଏହା ପରେ ୧୯୮୦ ମସିହାରେ ସେ ଏରୋନଟିକାଲ ଇଞ୍ଜିନିୟରିଂରେ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଡିଗ୍ରି ହାସଲ କରିବା ପରେ ୧୯୮୨ରେ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଏରୋସ୍ପେସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଏବଂ ୨୦୦୬ରେ ସେ ଆଇଆଇଟି, ବମ୍ବେରୁ ଏରୋସ୍ସେସ୍ ଇଞ୍ଜିନିୟରିଂରେ ପିଏଚଡି କରିଛନ୍ତି।

ପିଲାଦିନେ ସେ ଚପଲ ପିନ୍ଧିନାହାନ୍ତି। କଲେ‌ଜକୁ ପଢ଼ିବା ପାଇଁ ସେ ଧୋତି ପିନ୍ଧି ଯାଆନ୍ତି। ଯେତେବେଳେ ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ପଢ଼ିଲେ ସେତେବେଳେ ସେ ପ୍ରଥମ ଥର ପାଇଁ ପ୍ୟାଣ୍ଟ ପିନ୍ଧିଲେ ବୋଲି ଶିବନ୍ କୁହନ୍ତି। ୨୦୧୮ ଜାନୁଆରିରେ ଇସ୍ରୋର ଅଧ୍ୟକ୍ଷ ଦାୟିତ୍ବ ନେବା ପୂର୍ବରୁ ସେ ଇସ୍ରୋର ପ୍ରାୟ ସମସ୍ତ ରକେଟ କାର୍ଯ୍ୟକ୍ରମ ପାଇଁ କାମ କରୁଥିଲେ। ରକେଟ ବିକାଶ କରୁଥିବା ସଂସ୍ଥା ବିକ୍ରମ ସରାଭାଇ ମହାକାଶ ‌କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। କ୍ରାୟୋଜେନିକ ଇଞ୍ଜିନ, ପିଏସଏଲଭି, ଜିଏସଏଲଭି ଏବଂ ପୁନଃବ୍ୟବହାରକ୍ଷମ ଲଞ୍ଚ ଭେଇକିଲ (ଆରଏଲଭି)ର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ୧୯୮୨ ମସିହାରେ ସେ ଇସ୍ରୋରେ ଯୋଗ ଦେଇଥିଲେ। ଇସ୍ରୋର ପିଏସଏଲଭି (‌ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ) ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପର ମିସନ୍ ପ୍ଲାନିଂ, ଡିଜାଇନିଂ, ଇଣ୍ଟିଗ୍ରେସନ୍ ଏବଂ ଆନାଲିସିସ୍‌ରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା।

ସମ୍ବନ୍ଧିତ ଖବର