ବ୍ରହ୍ମପୁର : ଆସନ୍ତା ଜାନୁଆରି ୨ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ଭଞ୍ଜବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସଙ୍କୁ ଚଳିତବର୍ଷର ସମ୍ମାନଜନକ ‘କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ଶ୍ରୀ ଦାସଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯିବ। ସେହିପରି ଲୋକନୃତ୍ୟ ‘ଭାରତ ଲୀଳା’ ଗୁରୁ ନବଘନ ପରିଡ଼ାଙ୍କୁ ‘ ଲୋକ ସଂସ୍କୃତି ସମ୍ମାନ’ ପ୍ରଦାନ କରାଯିବ।
ବିଶ୍ବବିଦ୍ୟାଳୟ ପକ୍ଷରୁ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିଜି କାଉନ୍ସିଲ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ଅବସରରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାଶ, କୁଳସଚିବ ରଂଜନ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Manoj-Das-f-1.jpg)