ଢେଙ୍କାନାଳ : ଜିଲ୍ଲା ଲେଖକ ସଂସଦର ୪୩ ତମ ସାମ୍ବତ୍ସରିକ ମହୋତ୍ସବ ସ୍ଥାନୀୟ ଶାଣ୍ତିଲ୍ୟ ବସନ୍ତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ କଥାକାର ଗୌରହରି ଦାସଙ୍କୁ ‘କବି ଚକ୍ରବର୍ତ୍ତୀ ବ୍ରଜନାଥ ବଡ଼ଜେନା ସାରସ୍ବତ ସମ୍ମାନ’ ପ୍ରଦାନ କରାଯାଇଛି। ସେହିପରି, ସାହିତ୍ୟିକ ଡ. ପ୍ରଫୁଲ୍ଲ କୁମାର ପାଣିଙ୍କୁ ‘ଶ୍ରୀଧର ସ୍ବାମୀ ସମ୍ମାନ’, ଆଇନଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକଙ୍କୁ ‘ ଅଦ୍ବୈତଚରଣ ଦାସ ସ୍ମୃତି ସମ୍ମାନ’, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଶତପଥୀଙ୍କୁ ‘ଶାଣ୍ତିଲ୍ୟ ବସନ୍ତ ଶିକ୍ଷା ସେବା ସମ୍ମାନ’ , ନୃତ୍ୟ ବିଶାରଦ ତାପସୀ ମିଶ୍ରଙ୍କୁ ‘ମହାରାଜ ଭଗୀରଥ କଳା ସମ୍ମାନ’, ସମାଜସେବୀ ଓ ସାହିତ୍ୟକ ଗଗନ ବିହାରୀ ନନ୍ଦଙ୍କୁ ‘ସାରଙ୍ଗଧର ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଡ. ନଟବର ଶତପଥୀ ମୁଖ୍ୟ ଅତିଥି, ବିଶିଷ୍ଟ କଥାକାର ଗୌରହରି ଦାସ ସମ୍ମାନିତ ଅତିଥି, ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ଡ. ଜ୍ଞାନୀ ଦେବାଶିଷ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଭିକାରୀ ଚରଣ ରାଉତଙ୍କ ଅଧ୍ୟକ୍ଷତା କରିଥିବା ବେଳେ । ହୃଦାନନ୍ଦ ଦ୍ବିବେଦୀ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁକାନ୍ତି ସାହୁ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/aw.jpg)