ଆଇସିୟୁରୁ ବାହାରିଲା କାହ୍ନା

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଲୋମଶ ବାଳକ କାହ୍ନାର ଆଜି ପୁଣିଥରେ ଡ୍ରେସିଂ କରାଯାଇଛି। ଚମଡ଼ା ପ୍ରତ୍ୟାରୋପଣ ସ୍ଥାନ ଶୁଖିବା ପରେ କାହ୍ନା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଜି ତାକୁ ଆଇସିୟୁରୁ ଡିସଚାର୍ଜ କରାଯାଇ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ଅଣାଯାଇଛି। ଓ୍ଵାର୍ଡରେ ପ୍ରାୟ ୨ସପ୍ତାହ ରହିବା ପରେ ତାକୁ ମେଡିକାଲରୁ ଡିସଚାର୍ଜ କରାଯିବ। ଏହାପରେ ବିଭାଗୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ କାହ୍ନାର ପରିବାର ବର୍ଗଙ୍କ ସହିତ ଆଲୋଚନା କରି ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯିବ। ପ୍ରାୟ ୩ମାସ ପରେ ଏହି ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ଦିଆଯାଇଛି। ଗତମାସ ୨୬ତାରିଖରେ କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯାଇଥିଲା।

ସମ୍ବନ୍ଧିତ ଖବର