ସମ୍ବଲପୁର : ‘ସମ୍ବଲପୁରବାସୀ, ଆପଣ ସମସ୍ତଙ୍କୁ କୈଳାସ ଖୈରର ପ୍ରେମ ଭରା ନମସ୍କାର, ଜୟ ଜୁହାର। କେମିତି ଅଛନ୍ତି। ଖୁସିର ବିଷୟ, ସମ୍ବଲପୁର ଏକ ଐତିହାସିକ ସହର, ଯାହାକୁ ମା’ ସମଲେସ୍ବରୀଙ୍କ ଧାମ ବୋଲି କହାଯାଏ। ଏସିଆର ସବୁଠାରୁ ଲମ୍ବା ଡ୍ୟାମ୍ ହୀରାକୁଦ ଯେଉଁଠାରେ ଅଛି। ଏହି ମାଟି ସମ୍ବଲପୁରୀ ବସ୍ତ୍ର ପାଇଁ ପାଇଁ ପ୍ରସିଦ୍ଧ। ଶିଳ୍ପକାର, କଳାକାରଙ୍କ ଏହି ସହର। ଏହି ଦିବ୍ୟ ମାଟିକୁ ଜାନୁଆରି ୧୮ ତାରିଖ ଦିନ ଆମେ ଆସୁଛୁ। ’ କୈଳାସ ଖୈର ଓ କୈଳାସା ବ୍ୟାଣ୍ଡ୍ କନ୍ସର୍ଟରେ ଅଇଁଠାପାଲି ପିଏଚ୍ଡି ପଡ଼ିଆରେ ପ୍ରଦର୍ଶନ କରିବେ। ଏହାର ୫ ଦିନ ପୂର୍ବରୁ କୈଳସ ଖେର୍ ଏକ ଭିଡିଓ ବାର୍ତ୍ତା ଜାରି କରି ବହୁତ ଉତ୍ସହିତ ଥିବା କହିଛନ୍ତି। ତାଙ୍କର ହିଟ୍ ଗୀତ ମଧ୍ୟରେ ଆସୁଥିବା ‘ତେରି ଦିଵାନି...’ ଗୀତ ଗାଇ ବାର୍ତ୍ତା ଶେଷ କରିଥିଲେ।
୧୮ରେ ସମ୍ବଲପୁର ଆସିବେ କୈଳାସ ଖୈର
/sambad/media/post_attachments/wp-content/uploads/2023/01/kailash-kheri.jpg)