ଭୁବନେଶ୍ୱର: ଭାଙ୍ଗିବାରେ ଲାଗିଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଗଡ଼ । ଚନ୍ଦ୍ରଶେଖର ମାଝୀଙ୍କ ପରେ ବିଜେଡ଼ିରେ ଯୋଗ ଦେଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ତାଙ୍କ ସମର୍ଥକମାନଙ୍କ ସହିତ ସେ ବିଜେଡ଼ିରେ ସାମିଲ ହୋଇଛନ୍ତି |ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି | ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଲକ୍ଷ୍ମୀପୁରରୁ ବିଧାୟକ ଥିବାବେଳେ ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ |
Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ଏହି ମିଶ୍ରଣ ପର୍ବରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ । ସୂଚନା ମୁତାବକ ପୂର୍ବରୁ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ଦଳ ଛାଡି ବିଜେଡିରେ ମିଶିଥିବାବେଳେ ଆଜି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ଦଳ ଛାଡିବା କଂଗ୍ରେସ ପାଇଁ ଅଶୁଭ ସଙ୍କେତ ପରି ମନେ ହେଉଛି।
କିଛିଦିନ ହେଲା କୈଳାଶ-ମୀନାକ୍ଷୀ-ତାରାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲୁ ରହିଥିଲା। ଏକଥା ନେଇ ପିସିସି ସଭାପତିଙ୍କ ନିକଟରେ ପହଞ୍ଚିବା ଓ ଓଡ଼ିଶା ପ୍ରଭାରୀଙ୍କ ହସ୍ତକ୍ଷେପ ପରେ ସବୁ ତୁଟିଥିଲା। ମୀନାକ୍ଷୀଙ୍କ ନେତୃତ୍ବକୁ ମାନିବାକୁ କୈଳାଶ ରାଜି ନ ଥିବାବେଳେ ଦଳରେ ଅନ୍ତଃଘାତୀ କାର୍ଯ୍ୟ କଥା ସେ ସବୁବେଳେ କହି ଆସୁଥିଲେ । ଆଉ ଆଜି ଶେଷରେ ସେ ହାତ ଛାଡି ଶଙ୍ଖ ଧରିଛନ୍ତି |