ଓଡ଼ିଶୀ ନୃତ୍ୟାଙ୍ଗନା ଭୂମିକାରେ ନଜର ଆସିବେ କାଜୋଲ

ମୁମ୍ବାଇ: ଓଡ଼ିଶୀ ନୃତ୍ୟାଙ୍ଗନା ଭୂମିକାରେ ନଜର ଆସିବେ ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ କାଜୋଲ | ଆସନ୍ତା ଜାନୁୟାରୀ ୧୫ ତାରିଖରେ ରିଲିଜ ହେବାକୁ ଥିବା ଫିଲ୍ମ ‘ତ୍ରିଭଙ୍ଗା’ର ଟ୍ରେଲରରେ କାଜୋଲଙ୍କୁ ଓଡିଶୀ ନୃତ୍ୟାଙ୍ଗନା ଭୂମିକାରେ ଦେଖିବାକୁ ମିଳିଛି | ଏହି ଚଳଚ୍ଚିତ୍ରରେ କାଜୋଲଙ୍କ ଚରିତ୍ରର ନାମ ଅନୁ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ରେଣୁକା ସାହାନୀ ।

ଜାନୁଆରୀ ୧୫ ରେ ନେଟଫ୍ଲିକ୍ସରେ ଏହା ମୁକ୍ତିଲାଭ କରିବାକୁ ଥିବାବେଳେ ଏହି ଚଳଚ୍ଚିତ୍ରଟି ମହିଳା-ଆଧାରିତ ଏବଂ କାହାଣୀଟି ଗୋଟିଏ ପରିବାରର ତିନିଜଣ ମହିଳାଙ୍କୁ ନେଇ ନିର୍ମାଣ ହୋଇଛି | ଏହି ତିନିଜଣ ମହିଳାଙ୍କ ଭୂମିକାରେ ତନଭୀ ଆଜମି, ମିଥିଲା ​​ପାଲକର ଏବଂ କାଜୋଲଙ୍କୁ ଦେଖିବାକୁ ମିଳିବ | ଏହି ଚଳଚ୍ଚିତ୍ରରେ ତନଭୀ ଆଜମି କାଜୋଲଙ୍କ ମା’ ଭୂମିକାରେ ନଜର ଆସିବେ। ସୂଚନା ଥାଉ ଯେ ଓଡ଼ିଶୀ ନୃତ୍ୟର ଗୋଟିଏ ସୋପାନକୁ ତ୍ରିଭଙ୍ଗା ମଧ୍ୟ କୁହାଯାଏ |


ଏହି ଚଳଚ୍ଚିତ୍ରରେ ତନଭିଙ୍କ ବନ୍ଧୁ ଭୂମିକାରେ କୁନାଲ ରୟ କପୁର ନଜର ଆସିବେ। ଏହି ଚଳଚ୍ଚିତ୍ରରେ ତିନି ପିଢ଼ିର ତିନିଜଣ ମହିଳାଙ୍କୁ ଚିତ୍ରଣ କରାଯାଇଛି,ଯେଉଁମାନେ ଭିନ୍ନ ମତ ରଖନ୍ତି | ବହୁ ଦିନର ବ୍ୟବଧାନ ପରେ, କାଜୋଲ ବଡ଼ ପରଦାକୁ ଫେରୁଛନ୍ତି | ଆଉ କାଜୋଲଙ୍କୁ ଏହି ଫିଲ୍ମ ପାଇଁ ସଲମାନ ଖାନ, ସିଦ୍ଧାର୍ଥ ମାଲହୋତ୍ରା, କରଣ ଜୋହର, ଅକ୍ଷୟ କୁମାର, ଅଭିଷେକ ବଚ୍ଚନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି |

ସମ୍ବନ୍ଧିତ ଖବର