କାକଟପୁର ମା’ ମଙ୍ଗଳା ମନ୍ଦିର, ଦାନ ଦେଲେ ଦିଅଁ ଦର୍ଶନ

କାକଟପୁର ମା’ ମଙ୍ଗଳା ମନ୍ଦିର, ଦାନ ଦେଲେ ଦିଅଁ ଦର୍ଶନ

ପୁରୀ : ଦାନ ଦେଲେ ଯାଇ ଦିଅଁ ଦର୍ଶନ! ପୁରୀ ଜିଲ୍ଲାର କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଏବେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିପାଇଁ ଗୋଟିଏପଟେ ଭକ୍ତ ହିନସ୍ତା ହେଉଥିବା ‌ବେଳେ ଟ୍ରଷ୍ଟ ବୋର୍ଡ, ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି।

ଏଭଳି ଏକ ବହୁ ପୁରାତନ ମନ୍ଦିରରେ ଭକ୍ତ ‌ଶୋଷଣ ନେଇ ଜଗତସିଂହପୁରର ଜଣେ ଭକ୍ତ ସୋମନାଥ ସାହୁ କହିଛନ୍ତି, ସେ ଯେତେବେଳେ ମା’ଙ୍କ ମନ୍ଦିରରେ ପ୍ରବେଶ କଲେ, ସେତେବେଳେ କିଛି ସେବାୟତ ତାଙ୍କୁ ଘେରି ଯାଇଥିଲେ। ଦର୍ଶନ ସହ ମା’ଙ୍କ ପାଖରେ ଭୋଗ ଲଗାଇବାକୁ ମୋଟା ଅଙ୍କର ଦାନଦକ୍ଷିଣା ଦାବି କରିଥିଲେ। ଶେଷରେ ପରିବାର ସଦସ୍ୟଙ୍କ ମୁଣ୍ଡ ପିଛା ୧୦ ଟଙ୍କା ହିସାବରେ ୭୦ ଟଙ୍କା ଦେଇ ସେ ଭିତରକୁ ଯାଇଥିଲେ। ସମାନ ଅଭିଯୋଗ ଆଣିଛନ୍ତି ପୁରୀର ଆଇନଜୀବୀ ସୁବାସ ଚନ୍ଦ୍ର ପରିଡ଼ା। ଶ୍ରୀ ପରିଡ଼ା କହିଛନ୍ତି, ସେ ମନ୍ଦିର ଭିତରକୁ ଯିବା ବେଳେ ଥାଳିରେ ଟଙ୍କା ପକାଅ, ପରେ ଭିତରକୁ ଯିବ ବୋଲି କିଛି ସେବାୟତ କହିଥିଲେ। ପରିବାରର ୪ଜଣ ସଦସ୍ୟଙ୍କ ମୁଣ୍ଡ ପିଛା ୧୦ ଟଙ୍କା ହିସାବରେ ୪୦ ଟଙ୍କା ଦେବା ପରେ ସେ ଭିତରକୁ ଯାଇ ମା’ଙ୍କୁ ଦର୍ଶନ କରିଥିଲେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ଏ ସମ୍ପର୍କରେ କାକଟପୁର ମା’ ମଙ୍ଗଳା ମନ୍ଦିର ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ କହିଛନ୍ତି, ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଶୀଘ୍ର ଆମେ ଏଥିରେ କଟକଣା ଲଗାଇବୁ ଏବଂ ଏଭଳି ଦାନଦକ୍ଷିଣା ଆଦାୟ ଉପରେ ରୋକ୍‌ ଲଗାଇବା ପାଇଁ ବିଜ୍ଞପ୍ତି ଜାରି ହେବ। ମା’ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତହସିଲଦାର ବିରଞ୍ଚି ନାରାୟଣ ବେହେରା ଏଭଳି ଦାନଦକ୍ଷିଣା ଶୋଷଣ ଉପରେ ନଜର ରଖିବା ପାଇଁ ମନ୍ଦିରରେ ନିର୍ବାହୀ ଅଧିକାରୀ ଅଛନ୍ତି ବୋଲି ମତଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe