ଅସ୍ତରଙ୍ଗ:-ନିଶାଶକ୍ତ ମହିଳା ଓ ତାର ଛୁଆକୁ ଖଣ୍ଡାସାହି ଛକରୁ ଉଦ୍ଧାରକଲା କାକଟପୁର ପୁଲିସ୍ । ଉଦ୍ଧାର ପରେ ସେ ରହୁଥିବା ଭଡା ଘରେ ଛାଡି ପୁଲିସ୍ ଘର ମାଲିକର ଜିମା ଦେଇଛି। ସୂଚନାନୁସାରେ ମୟୁରଭଞ୍ଜରୁ ଲକ୍ଷ୍ମୀପ୍ରିୟା ଟୁଡୁ ନାମକ ଜଣେ ମହିଳା ଆସି ଖଣ୍ଡାସାହିର ଜଣେ ଯୁବକ ସହ ଦିନ ମଜୁରିଆ ଭାବେ କାମ କରୁଥିଲେ । ତାଙ୍କ ସହ ଏକ ୪ରୁ ୫ବର୍ଷର ଝିଅ ରହିଥିଲା ବେଳେ ମଙ୍ଗଳବାର ଦିନ ସନ୍ଧ୍ୟାରେ ମହିଳା ଜଣକ ପ୍ରଚୁର ମଦ୍ୟପାନ କରି ରାସ୍ତାରେ ପଡ଼ିଥିଲେ ହୋସ୍ ନ ଥିବା ମହିଳାଙ୍କ ପ୍ରତି ବିପଦ ଥିବାରୁ ସ୍ଥାନୀୟ ଲୋକ ତାଙ୍କୁ ଟେକିଆଣି ଏକ କ୍ୟାବିନ୍ ନିକଟରେ ବସାଇଥିଲେ।
ଦୀର୍ଘ ସମୟ ପର୍ଯ୍ୟନ୍ତ ନିଶାରେ ଥିବା ଏହି ମହିଳାଙ୍କ ସାଥିରେ ରହିଥିବା ଅଜ୍ଞାନ ଛୁଆଟି ଭୋକରେ ଆଉଟପାଉଟ୍ ହେଉଥିଲା । ଏହା ଦେଖି ସ୍ଥାନୀୟ ପାନ ଦୋକାନୀ ଓ ମିଠା ଦୋକାନୀ ତାକୁ ଖାଇବାକୁ ଦେଇଥିଲେ। ଏଥିସହ ଅସ୍ତରଙ୍ଗ ବ୍ଲକ୍ ସମ୍ମନିତ ମହିଳା ଶିଶୁ ବିଭାଗ ଅଧିକାରିଣୀ(ସିଡିପିଓ) ଶ୍ରୀମତୀ ଅରୁଣାକରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ନିଶାଶକ୍ତ ମହିଳା ଓ ତାର ଛୁଆକୁ ଉଦ୍ଧାର ଉଦ୍ୟମ ଆରମ୍ଭ କରିଥିଲେ। ସେ କାକଟପୁର ପୁଲିସ୍ ଓ ପୁରୀ ଡିସିପିଓଙ୍କୁ ଘଟଣା ବିଷୟରେ ଜଣାଇବା ପରେ କାକଟପୁର ଥାନା ଅଧିକାରୀ ବି.କେ ବେହେରାଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ଏକ ପୁଲିସ ଟିମ୍ ପହଞ୍ଚିଥିଲା।
ମହିଳା ଜଣକ କେଉଁଠି ରୁହନ୍ତି ଓ ତାର କାହା ସହ ସମ୍ପର୍କ ରହିଛି ତାହା ଅନୁସନ୍ଧାନ ଆରମ୍ଭ କରିଥିଲେ। ସେ ଯୁବକ ସହ ମିଶି ଦିନମଜୁରିଆ ଭାବେ କାମ କରୁଥିବା ଜାଣିବା ପରେ ତାର ଘରକୁ ଯାଇ ସେ ଯୁବକକୁ ଆଣିବା ସହ ନିଶାଶକ୍ତ ମହିଳା ନିକଟରେ ପୁଲିସ୍ ପହଞ୍ଚିଥିଲା। ରାତି ପ୍ରାୟ ସାଢେ ୧୦ଟାରେ ତାକୁ ଉଦ୍ଧାରକରି ସେ ରହୁଥିବା ଭଡା ଘରେ ଛାଡିଥିଲା । ଏଥିସହ ସମ୍ପୃକ୍ତ ଯୁବକ ଓ ଭଡାଘର ମାଲିକର ଜିମା ଦେବା ପରେ ଆସନ୍ତାକାଲି ଉକ୍ତ ମହିଳା ଓ ଛୁଆକୁ ନୟାହାଟରେ ଥିବା ସମ୍ପର୍କୀୟ ନିକଟରେ ଛାଡିବାକୁ ସ୍ଥିର ହୋଇଛି ।