କନ୍ଧମାଳରେ କାଳବୈଶାଖୀ : ୨ ଆହତ, ବ୍ୟାପକ କ୍ଷୟକ୍ଷତି

ଫୁଲବାଣୀ : ଆଜି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ଫଳରେ ୨ ଜଣ ଆହତ ହୋଇଛନ୍ତି। ଏଥିସହିତ ବହୁ ଘର ଭାଙ୍ଗିଯିବା ସହ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୭ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ କନ୍ଧମାଳରେ କାଳବୈଶାଖୀ ହୋଇଥିଲା। କାଳବୈଶାଖୀ ଫଳରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫିରିଙ୍ଗିଆ ବ୍ଲକ୍‌ ଖଜୁରିପଡ଼ା ଗ୍ରାମରେ ଗଛ ପଡ଼ି ୫ ଜଣଙ୍କ ଘର ଭାଙ୍ଗି ଯାଇଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ଖଜୁରିପଡ଼ା ଗାଁର ବିଜୁ ଦିଗାଲ, କୁନି ଦିଗାଲ, ଗୋଲାପ ଦିଗାଲ, ଦାମୋଦର ଦିଗାଲ ଓ କାଶିନାଥ ଦିଗାଲଙ୍କ ଘର ଭାଙ୍ଗିଯିବା ସହ ଘରର ବହୁ ଜିନିଷପତ୍ର ନଷ୍ଟ ହୋଇଯାଇଛି। ସେହିପରି ସେହି ଗାଁର ଉର୍ବଶୀ ଦିଗାଲ ଓ ଆଦିଶ୍ୟା ଦିଗାଲ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭିର୍ତ୍ତି କରାଯାଇଛି।

କାଳବୈଶାଖୀ ଫଳରେ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଇଛି। ଏଥିସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଛପଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର