ଜାରି ରହିଛି ‌କା‌ଳବୈଶାଖୀ ବର୍ଷା, ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଶନିବାର ରାଜ୍ୟର ପ୍ରାୟ ସ୍ଥାନରେ ପାଗ ମେଘୁଆ ରହିଥିଲା। କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ବର୍ଷା ବି ରେକର୍ଡ ହୋଇଛି। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଅନୁଗୁଳ ଆଦି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟରେ ଆଜି ତାପମାତ୍ରାରେ ବିଶେଷ ବୃଦ୍ଧି ପରିଲକ୍ଷିତ ହୋଇନାହିଁ। ଆଜି ମଧ୍ୟ‌ ରାଜ୍ୟର ୬ ଜିଲ୍ଲାରେ କା‌ଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ବରଗଡ଼, ନୂଆପଡ଼ା, ସୁନ୍ଦରପଦା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର। ଏହି ସବୁ ଜିଲ୍ଲାରେ ଆସନ୍ତାକାଲି ଅପରାହ୍‌ଣ ବେଳକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ରହିଥିବାରୁ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଭୁବନେଶ୍ବର, ବାରିପଦା ଓ ନୟାଗଡ଼ରେ ଗତକାଲି ପାରଦ ୩୯ ଡିଗ୍ରି ଅତିକ୍ରମ କରିଥିବା ବେଳେ ଆଜି ଭୁବନେଶ୍ବର ଓ ବାରିପଦାର ତାପମାତ୍ରା ୩୮ ଡିଗ୍ରିକୁ ଖସିଛି ଓ ନୟାଗଡ଼ର ତାପମାତ୍ରା ପ୍ରା‌ୟ ୪ ଡିଗ୍ରି ଖସି ୩୫ ଡିଗ୍ରିରେ ରହିଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିଠାରେ ୩୯ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର