କଳାହାଣ୍ଡି ବାର୍‌ ଆସୋସିଏସନ ନିର୍ବାଚନ : ବଟକୃଷ୍ଣ ସଭାପତି, ଅଶ୍ବିନୀ ସଂପାଦକ

ଭବାନୀପାଟଣା : କଳାହାଣ୍ଡି ବାର୍‌ ଆସୋସିଏସନ୍‌ର କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ବଟକୃଷ୍ଣ ଆଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି। ଅଶ୍ବିନୀ ଦାସ ସଂପାଦକ, ନିମାଞ୍ଚଳ ନାଏକ ଉପସଭାପତି, ସାଜୁ ବାଲନ ସହସଂପାଦକ, ପରମାନନ୍ଦ ପଣ୍ଡା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ହେମନ୍ତ ଚୌହାନ, କୁନାଲ ବେହେରା, ପ୍ରତାପ ଚନ୍ଦ୍ର ପ୍ରଧାନ, ସତ୍ୟନାରାୟଣ ପଣ୍ଡା, ସୟଦ ଗୁଲାମ ଗସ ଓ ସୁଧୀର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ସୁଶାନ୍ତ ସାହୁ ନିର୍ବାଚନ ପରିଚାଳନା କରିଥିବା ବେଳେ ଦିଲୀପ ପ୍ରହରାଜ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର