୫ ଡିଗ୍ରି ତଳେ ଥୁଆମୂଳ ରାମପୁର

ଥୁଆମୂଳ ରାମପୁର : ବର୍ତ୍ତମାନ ଶୀତର ଲହରିରେ କଳାହାଣ୍ତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବହୁ ଅ˚ଚଳ ଥରୁଛି। ସକାଳ ୧୦ଟା ପୂର୍ବରୁ ଘରୁ ବାହାରକୁ ବାହାରିବା ସମ୍ଭବ ହେଉନଥିବା ବେଳେ ସ˚ଧ୍ୟା ୪ଟାରେ ପ୍ରାୟତଃ ତାଟି କବାଟ ପଡିଯାଉଛି। କାଠ ଜାଳି ଲୋକେ ଘର ଭିତରକୁ ଉଷୁମ କରୁଥିବା ଦେଖାଯାଉଛି।

ବେସରକାରୀ ସୂତ୍ରରୁ ପ୍ରକାଶ ଯେ, ଗତ ରବିବାର ଦିନ ଠାରୁ ପାରଦ ନିମ୍ନଗାମୀ ହେବାରେ ଲାଗିଛି। ରବିବାର ୬ ଡିଗ୍ରି ରହିଥିବା ବେଳେ ସୋମବାର ୫ ଓ ମଙ୍ଗଳବାର ଠାରୁ ୪.୬ରୁ କମିବାରେ ଲାଗିଛି। ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ଇନ୍ଦ୍ରାବତୀ ଜଳ ଭଣ୍ତାର ମଧ୍ୟରେ ଥିବା ତଲନାଗୀ, ପୋଡାପଦର ସମେତ କାଣୀଗୁମା, ନାକରୁଣ୍ତି, ସିଲେଟ, କେରପାଇ, ଗୁଣପୁର,ତଲଆମପଦର, କର୍ଲାପାଟ ଅ˚ଚଳବାସୀ ଶୀତରେ ଥରୁଛନ୍ତି। ଚଳିତ ବର୍ଷ ଆହୁରି ଶୀତର ପ୍ରକୋପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ବର୍ତମାନ ମଧ୍ୟ ସିଲେଟ ଅ˚ଚଳରେ ତୁଷାରପାତ ହେଉଥିବାର ସୂଚନା ମିଳୁଛି। ଜିଲ୍ଲା ପ୍ରଶାସନ ତରଫରୁ ଅସହାୟ ମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର