କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜାଣନ୍ତୁ, ବାହାରେନରୁ ବେହେରାଗୁଡ଼ା

ଦିଲ୍ଲୀରୁ ହାଇଦ୍ରାବାଦ ଦେଇ ବିଶାଖାପାଟଣାରେ ପହଞ୍ଚିଥିଲେ, ରାୟଗଡ଼ା ଓ କେଶିଙ୍ଗା ଦେଇ ଗାଁକୁ ପହଞ୍ଚିଲେ

ଭୁବନେଶ୍ୱର: ରାଜ୍ୟ ସରକାର ୨୦ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ବିବରଣୀ ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ୨୯ ବର୍ଷିଅ ଯୁବକ ବାହାରିନରୁ ଏୟାର ଇଣ୍ଡିଆର ବିମାନ (ଏଆଇ୯୪୦)ର ୭-ବି ନମ୍ବର ସିଟରେ ବସି ଦିଲ୍ଲୀ ଆସିଥିଲେ । ଏହା ଥିଲା ମାର୍ଚ୍ଚ ୧୭ର ଘଟଣା । ସେଠାରୁ ସେ ମାର୍ଚ୍ଚ ୧୮ରେ ଅନ୍ୟ ଏକ ଏୟାର ଇଣ୍ଡିଆର ବିମାନ (ଏଆଇ ୫୬୦)ର ୨୦-ବି ସିଟରେ ବସି ହାଇଦ୍ରାବାଦ ଯାଇଥିଲେ । ସେଦିନ ସେ ହାଇଦ୍ରାବାଦ ବିମାନବନ୍ଦରରୁ ସିଟି ବସର ୧୫ ନମ୍ବର ସିଟରେ ବସଷ୍ଟାଣ୍ଡ ଯାଇଥିଲେ ।

ବାହାରିନର ଏକ କମ୍ପାନିରେ ଫିଟର ଭାବେ କାର୍ଯ୍ୟରତ ଯୁବକ ମାର୍ଚ୍ଚ ୧୮ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ହାଇଦ୍ରାବାଦରୁ ବିଶାଖାପାଟଣାରେ ପହଞ୍ଚିଥିଲେ । ରାତି ୮ଟାରେ ସେ ଏକ ଢବାରେ ଖାଇଥିଲେ । ମାର୍ଚ୍ଚ ୧୯ରେ ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ରେଳଷ୍ଟେସନରୁ ଗୁଣ୍ଟୁର-ରାୟଗଡ଼ା ଏକ୍ସପ୍ରେସର କୋଚ ଏସ-୬ (ସିଟ-୫)ରେ ରାୟଗଡ଼ା ଆସିଥିଲେ । ସେ ଝରକା କଡ଼ରେ ଥିବା ସିଟରେ ବସିଥିଲେ । ସେ ସେଦିନ ଝରକା କଡ଼ର ସିଟରେ ବସି ରାୟଗଡ଼ାରୁ କେସିଙ୍ଗା ତପସ୍ପିନୀ ଏକ୍ସପ୍ରେସରେ ଆସିଥିଲେ ।

ମାର୍ଚ୍ଚ ୧୯ ତାରିଖ ଦିନ ଯୁବକ ଜଣକ କେସିଙ୍ଗା ଟ୍ୟାକ୍ସିଷ୍ଟାଣ୍ଡ ଠାରୁ ବେହେରାଗୁଡ଼ା ଏକ ରିଜର୍ଭ ବୋଲେରୋ ଯାଇଥିଲେ । ସେହିଦିନ ଠାରୁ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କର ନମୁନା ଏପ୍ରିଲ ୪ରେ ପଜିଟିଭ ଚିହ୍ନଟ ହୋଇଥିଲା । ଶେଷରେ ତାଙ୍କୁ ଏପ୍ରିଲ ୫ରେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସମ୍ବନ୍ଧିତ ଖବର