କଟକ: ରାଜ୍ୟର ବିଭିନ୍ନ ଖେଳପଡ଼ିଆରେ ଚାଲିଥିବା କଳାହାଣ୍ଡି କପ୍ ଅନ୍ତଃଜିଲ୍ଲା କ୍ରିକେଟ୍ରେ ଗୁରୁବାର ପୂର୍ବତଟ ରେଳବାଇ, ଯାଜପୁର, ମୟୂରଭଞ୍ଜ, କଟକ, କେନ୍ଦୁଝର, ଜଗତସିଂହପୁର, ନୟାଗଡ଼, ସୁନ୍ଦରଗଡ଼, ପାରାଦୀପ ବିଜୟୀ ହୋଇଛନ୍ତି। ରେଳବାଇର ସମୀର ରଂଜନ ମହାନ୍ତି (୧୨୨), ନୟାଗଡ଼ର ଅନୁପମ୍ ଷଡଙ୍ଗୀ (୧୭୦), ସୁନ୍ଦରଗଡ଼ର ଅଙ୍କିତ ସିଂହ (୧୦୨*) ଶତକ ହାସଲ କରିଥିବା ବେଳେ କଟକ-ଏ’ର ମହମ୍ମଦ ଦାନିସ ୬ଟି ଓ ଗଜପତିର ଆଶୁତୋଷ ଦାସ ୫ ୱିକେଟ୍ ଅକ୍ତିଆର କରିବା ଉଲ୍ଲେଖନୀୟ ରହିଛି।
ପୂର୍ବତଟ ରେଳବାଇ ୧୧୧ ରନ୍ରେ ନବରଙ୍ଗପୁରକୁ ପରାସ୍ତ କରିଛି। ପୂର୍ବତଟ ରେଲ୍ୱେ ସମୀର ମହାନ୍ତି (୯୦ ବଲ୍ରୁ ୧୨୨)ଙ୍କ ଶତକ ବଳରେ ୪୭ ଓଭରରେ ୬ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ଜବାବରେ ନବରଙ୍ଗପୁର ୩୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା। ଯାଜପୁର ୨ ୱିକେଟ୍ରେ କୋରାପୁଟକୁ ହରାଇଛି। କୋରାପୁଟ ୪୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା। ଜବାବରେ ଯାଜପୁର ୪୬.୧ ଓଭରରେ ୮ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ମୟୂରଭଞ୍ଜ ୧୧୪ ରନ୍ରେ କନ୍ଧମାଳକୁ ପରାସ୍ତ କରିଛି। ମୟୂରଭଞ୍ଜ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା। ଦଳ ପକ୍ଷରୁ ସୌମ୍ୟ ମହାନ୍ତ ୯୩ ରନ୍ କରିଥିବା ବେଳେ କନ୍ଧମାଳ ପକ୍ଷରୁ ତୁଷାର ତ୍ରିପାଠୀ ୪ଟି ୱିକେଟ୍ ନେଇଥିଲେ। ଜବାବରେ କନ୍ଧମାଳ ୩୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୩ ରନ୍ କରିପାରିଥିଲା।
ସମୀର, ଅନୁପମ, ଅଙ୍କିତଙ୍କ ଶତକ: ଦାନିସଙ୍କୁ ୬ ୱିକେଟ୍
କଟକ-ଏ’ ୯ ୱିକେଟ୍ରେ ନୂଆପଡ଼ାଠୁ ଜିତିଛି। ମହମ୍ମଦ ଦାନିସଙ୍କ ୬ ୱିକେଟ୍ ସଫଳତା ଯୋଗୁଁ ନୂଆପଡ଼ା ୪୧.୨ ଓଭରରେ ଅଲ୍ଆଉଟ୍ ହୋଇଯାଇଥିଲା। ଜବାବରେ କଟକ-ଏ’ ୧୮.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। କେନ୍ଦୁଝର ୫ ୱିକେଟ୍ରେ ଖୋର୍ଦ୍ଧାକୁ ହରାଇଛି। ଖୋର୍ଦ୍ଧା ୨୩ ଓଭରରେ ୮୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା। କେନ୍ଦୁଝର ପକ୍ଷରୁ ସାଇ ସୁବ୍ରତ ଜେନା ୪ ଓ ଆଶୁତୋଷ ରାୟ ୩ ୱିକେଟ୍ ନେଇଥିଲେ। ଜବାବରେ କେନ୍ଦୁଝର ୨୫.୧ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।
ଜଗତସିଂହପୁର ୪ ୱିକେଟ୍ରେ ବୌଦ୍ଧକୁ ପରାସ୍ତ କରିଛି। ବୌଦ୍ଧ ୩୨.୨ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା। ଜବାବରେ ଜଗତସିଂହପୁର ୨୯.୪ ଓଭରରେ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ନୟାଗଡ଼ ୩୦୯ ରନ୍ରେ ଗଜପତିକୁ ପରାସ୍ତ କରିଛି। ନୟାଗଡ଼ ୮ ୱିକେଟ୍ ହରାଇ ୪୦୪ ରନ୍ କରିଥିଲା। ନୟାଗଡ଼ର ଅନୁପମ ଷଡ଼ଙ୍ଗୀ ୧୧୯ବଲ୍ରୁ ୧୭୦ ରନ୍ ଓ ଲୀଳାଧର ପ୍ରଧାନ ୯୭* ରନ୍ କରିଥିଲେ। ଜବାବରେ ଗଜପତି ୨୩.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୯୩ ରନ୍ କରିପାରିଥିଲା। ନୟାଗଡ଼ ପକ୍ଷରୁ ଆଶୁତୋଷ ଦାସ ୫ ୱିକେଟ୍ ନେଇଥିଲେ।
ସୁନ୍ଦରଗଡ଼ ୯ ୱିକେଟ୍ରେ ଭୁବନେଶ୍ବର-ବି’କୁ ପରାସ୍ତ କରିଛି। ଭୁବନେଶ୍ବର-ବି ଦଳ ୪୧.୩ ଓଭରରେ ୧୭୬ ରନ୍ କରିଥିଲା। ଜବାବରେ ସୁନ୍ଦରଗଡ଼ ୪୧.୧ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ସୁନ୍ଦରଗଡ଼ର ଅଙ୍କିତ ସିଂହ ୧୦୨* ରନ୍ କରିଥିଲେ। ବାରବାଟୀ ଷ୍ଟାଡିୟମରେ ପାରାଦୀପ ୧୩୧ ରନ୍ରେ କଳାହାଣ୍ଡିକୁ ପରାସ୍ତ କରିଛି। ପାରଦୀପ ୪୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା। ଜବାବରେ କଳାହାଣ୍ଡି ୩୨ ଓଭରରେ ୯୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା।