ଭବାନୀପାଟଣା : ଆଜିଠାରୁ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନର ଅନୁମତି

ଭବାନୀପାଟଣା : ଆସନ୍ତାକାଲି ଠାରୁ କେତେକ ଦୋକାନ ଖୋଲାଯିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଏପ୍ରିଲ ୨୮ତାରିଖ ଠାରୁ ସପିଙ୍ଗମଲ, ଚା ଦୋକାନ,ଫୁଡ଼ଷ୍ଟଲ, ଅଳଙ୍କାର ଦୋକାନ,ବ୍ୟୁଟି ପାର୍ଲର, ସ୍ପା, ବ୍ୟାୟମଶାଳା,ଠେଲା ଦୋକାନ ଏବଂ ପାନ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସକାଳ ୬ ଟା.ରୁ ଦିନ ୧୧ଘଂଟା ଯାଏଁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଘରୋଇ କମ୍ପ୍ଲେକ୍ସ,ମାର୍କେଟ କମ୍ପ୍ଲେକ୍ସ ଓ ନେବରହୁଡ଼ ଦୋକାନ ମାନଙ୍କୁ ପୌରପାଳିକା ଦ୍ୱାରା ଏ ଓ ବି ଚିହ୍ନ ରେ ଚିହ୍ନିତ କରାଯାଇଛି । ଏ ଚିହ୍ନ ରେ ଚିହ୍ନିତ ଦୋକାନ ଗୁଡିକ ଯୁଗ୍ମ ତାରିଖ ଏବଂ ବି ଚିହ୍ନରେ ଚିହ୍ନିତ ଦୋକାନ ଗୁଡିକ ଅଯୁଗ୍ମ ତାରିଖରେ ଖୋଲାଯିବ । ସମସ୍ତ ଦୋକାନୀ ମାନଙ୍କୁ ନିର୍ଦେଶ ଦିଆଯାଇଛି ଯେ ସେମାନେ ତାଙ୍କ ଦୋକାନର ୫୦% କର୍ମଚାରୀଙ୍କୁ ନେଇ ଦୋକାନ ଖୋଲିବେ । ମୁହଁରେ ତୁଣ୍ଡି ଲଗାଇବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଦୋକାନକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ସମ୍ପୂର୍ଣ୍ଣ ବିବରଣୀ ଲେଖି ରଖିବେ ନଚେତ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର