କଳାହାଣ୍ଡି ଜିଲ୍ଲାସ୍ତରୀୟ ଲୋକନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ବ୍ରଜ ମୋହନ ଉଚ୍ଚବିଦ୍ୟାଳୟର ଶତ ବାର୍ଷିକ ସମ୍ମିଳନୀ କକ୍ଷଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ ଲାଲ ଦୁବେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବ ବିଜ୍ଞାନ ପର୍ଯ୍ୟବେକ୍ଷକ  ହିମାଂଶୁ ଶେଖର ପଟ୍ଟନାୟକ, ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର ପଣ୍ଡା ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ମୁକୁନ୍ଦ ରେଡୀ ଯୋଗ ଦେଇଥିଲେ।

ଜିଲ୍ଲାର ବିଭିନ୍ନ ବ୍ଲକରୁ ଶହେ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କଙ୍କ  ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମିନତି କୁମାରୀ ପ୍ରଧାନ, ରାଜକୁମାରୀ ମଙ୍ଗରାଜ, ସଂଗୀତା ରାଉତ, ଅଧ୍ୟାପକ  ନାଟ୍ୟକାର ପରମେଶ୍ବର ମୁଣ୍ଡ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ରାମଚନ୍ଦ୍ର ବାଗ, ପ୍ରଧାନ ଶିକ୍ଷକ ଯାଜ୍ଞସେନ ପ୍ରଧାନ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଲୋକ ନୃତ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ, ତଳବେଲଗାଁ ପ୍ରଥମ, ଇନ୍ଦ୍ରାବତୀ ଉଚ୍ଚବିଦ୍ୟାଳୟ ଦ୍ୱିତୀୟ, ଲଙ୍କେଶ୍ବରୀ ବାଳିକା ଉଚ୍ଚବିଦ୍ୟାଳୟ ତୃତୀୟ ହୋଇଥିବା ବେଳେ ଏକକ ଅଭିନୟ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ କେସିଙ୍ଗା ପ୍ରଥମ, ରାଧାକୃଷ୍ଣ ହାଇସ୍କୁଲ, ମଥୁରା, ଜୁନାଗଡ ଦ୍ବିତୀୟ ଓ ଗ୍ରାମ ବିକାଶ ବିଦ୍ୟାଳୟ, ଥୁଆମୂଳ ରାମପୁର,ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରସ୍କାର ବିତରଣୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଯୋଗ ଦେଇ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଞ୍ଜୟ ମିଶ୍ର, ନୀଳାଞ୍ଚଳ ପାନ,ବିରେନ୍ଦ୍ର ଆଚାର୍ଯ୍ୟ, ମଙ୍ଗଳୁ ପ୍ରଧାନ, ରାମଶଙ୍କର ମହାପାତ୍ର, ପ୍ରଦୀପ ନେଗୀ ତଥା ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର