କଳାହାଣ୍ଡି ଜିଲ୍ଲାରେ ଆଜି ସର୍ବାଧିକ ୨୬ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କରୋନା ଭୟଙ୍କର ରୂପ ଧାରଣ କରିଛି । ଆଜି ଜିଲ୍ଲାରେ ସର୍ବାଧିକ ୨୬ ଜଣ କରୋନା ପିଜିଟିଭ ଚିହ୍ନଟ ହେବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବେଦାନ୍ତ ଟାଉନସିପରେ ଭାଇଡ଼ ଆଣ୍ଟିଜେନ ଟେଷ୍ଟ ସମୟରେ ଆଜି ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଭବାନୀପାଟଣା ସହରରେ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ କେସିଙ୍ଗା ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥିବା ବେଳେ ତାଙ୍କ ସ୍ୱାବ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ୨୬ ଜଣଙ୍କୁ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଆଜିର ଏହି ୨୬ଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୮୯ରେ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର