ଓଡ଼ିଶା ଆକାଂକ୍ଷ୍ୟା ଜିଲ୍ଲାରେ କଳାହାଣ୍ଡି ପ୍ରଥମ, ସର୍ବ ଭାରତୀୟ ସ୍ତରରେ ୧୮ ତମ ସ୍ଥାନ

ଭବାନୀପାଟଣା: ଜୁନ ମାସର ରିପୋର୍ଟ ଅନୁଯାୟୀ ଭାରତ ସରକାରଙ୍କ ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ୧୧୭ଟି ଆକାଂକ୍ଷ୍ୟା ଜିଲ୍ଲା ମଧ୍ୟରେ କଳାହାଣ୍ଡି ଜିଲ୍ଲା ୧୮ତମ ସ୍ଥାନ ଅଧିକାର କରିଛି । ସେହିଭଳି ଓଡ଼ିଶାର ୧୦ ଟି ଆକାଂକ୍ଷ୍ୟା ଜିଲ୍ଲା ମଧ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି । ଫେବୃଆରୀ ମାସରେ କଳାହାଣ୍ଡି ଜିଲ୍ଲା ନୀତି ଆୟୋଗର ସମୀକ୍ଷା ଅନୁଯାୟୀ ୫୪.୮୦ ପଏଣ୍ଟ ହାସଲ କରିଥିଲା । ବର୍ତ୍ତମାନ ଗତ ଜୁନ ମାସରେ ଏହା ୫୫.୨୦ ପଏଣ୍ଟକୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ଓ ପରିପୋଷଣରେ ୧୭ ତମ ସ୍ଥାନ ହାସଲ କରିଛି । ଶିକ୍ଷାରେ ୩୮ ତମ, କୃଷିରେ ୫୬ ତମ, ଅର୍ଥ ଓ ଦକ୍ଷତା ବିକାଶରେ ୫୬ ତମ ଓ ଭିତ୍ତିଭୂମିରେ ୭୮ ତମ ସ୍ଥାନ ହାସଲ କରିଛି । ଫଳରେ ଓଡ଼ିଶାର ୧୦ ଟି ଆକାଂକ୍ଷ୍ୟା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିଭଳି ଦେଶର ୧୧୭ ଟି ଆକାଂକ୍ଷ୍ୟା ଜିଲ୍ଲାରେ ୧୮ ତମ ସ୍ଥାନ ହାସଲ କରିଛି । ଜିଲ୍ଲା ପ୍ରଶାସନ ର ନିୟମିତ ସମୀକ୍ଷା ଓ ବିଭାଗ ଗୁଡିକର କାର୍ଯ୍ୟ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର