ନଭେମ୍ବର ୨୨ରେ କଳାହାଣ୍ଡି କୁଲତା ସମାଜର ନିର୍ବାଚନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୬୦ ହଜାରରୁ ଉର୍ଦ୍ଧ୍ବ କୁଲତା ଜନସଂଖ୍ୟା ଅଟେ । ଜିଲ୍ଲାରେ ୨୬ଟି ଆଞ୍ଚଳିକ କମିଟିକୁ ନେଇ ଜିଲ୍ଲା କମିଟି ଗଠନ କରାଯାଇଛି । ସମାଜର ନିର୍ବାଚନ ନିୟମାବଳୀ ଅନୁଯାୟୀ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ସମସ୍ତ ଗ୍ରାମ୍ୟ କମିଟି, ଆଞ୍ଚଳିକ କମିଟି ଗଠନ କରାଯାଇଛି । ଆସନ୍ତା ନଭେମ୍ବର ୨୨ ତାରିଖ ଦିନ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯମୁନାବହାଲ ରାମଚଣ୍ଡୀ ପୀଠ ଠାରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ସଭାପତି ଓ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଜିଲ୍ଲା କମିଟି ସଂପୂର୍ଣ୍ଣ ରୂପେ କୋଭିଡର ଗାଇଡଲାଇନକୁ ଆଖି ଆଗରେ ରଖି କଟକଣା ମଧ୍ୟରେ କେବଳ ୨୬ଟି ଆଞ୍ଚଳିକ କମିଟିର ନିର୍ବାଚନ ହୋଇଥିବା ୭୮ ଜଣ କର୍ମକର୍ତ୍ତା ହିଁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାର ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନ ପ୍ରକ୍ରିୟାକୁ ସମାଜ ଦ୍ୱାରା ମନୋନୀତ ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ସା ଓ ଦେବାର୍ଚ୍ଚନ ପଧାନଙ୍କୁ ସଂଚାଳକ ଭାବରେ ଦାୟିତ୍ୱ ଦିଆଯାଇଛି । ସେହିଭଳି ସିମାଞ୍ଚଳ ବୁଦ୍ଧିଆ, ବିଜୟ ବିଶ୍ୱାଳ, ଶରତ ସାହୁ, ଚକ୍ରଧର ସା, ଅଶୋକ ବିଶ୍ୱାଳ ନିର୍ବାଚନ ଦାୟିତ୍ୱ ତୁଳାଇବା ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ତପନ କୁମାର ଭୋଇ ଓ ବିଜୟ ସାହୁଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ମନୋନୀତ କରାଯାଇଛି ବୋଲି କଳାହାଣ୍ଡି କୁଲତା ସମାଜ ମୁଖ୍ୟ ନିର୍ବାଚନ ସଂଚାଳକ ଦିଲ୍ଲୀପ କୁମାର ସା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର