ନୂଆଦିଲ୍ଲୀ: କେନ୍ଦ୍ର ସରକାର କଳାହାଣ୍ଡିରେ ଏକ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କଳାହାଣ୍ଡିର ବିଜେପି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି।

Advertisment

publive-image

ଏହି ପତ୍ରରେ ଡାକ୍ତର ହର୍ଷବର୍ଦ୍ଧନ ଆହୁରି ମଧ୍ୟ ଲେଖିଛନ୍ତି ଯେ ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଏହି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା ହେଲେ ସେହି ଅଞ୍ଚଳର ଲୋକଙ୍କର ଚିକିତ୍ସା ସୁବିଧାକୁ ପୂରଣ କରିବ ଏବଂ ସୁସ୍ଥ ଓ ପ୍ରଗତିଶୀଳ ଭାରତ  ଗଠନରେ ସହାୟକ ହେବ।