ଭବାନୀପାଟଣା: ଗତକାଲି ରାତିରେ ଚିହ୍ନଟ ହୋଇଥିବା ଚାରିଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ଜଣେ କଳାହାଣ୍ଡିର ବୋଲି ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗହରସଦ୍ ସୂଚନା ଦେଇଛନ୍ତି। ଏହାଫଳରେ କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି।
କଳାହାଣ୍ଡିର ପ୍ରଥମ କରୋନା ଆକ୍ରାନ୍ତଙ୍କ ସହ କ୍ରିକେଟ୍ ଖେଳିବା ସମୟରେ ସମ୍ଭବତଃ ସେ ସଂକ୍ରମିତ ହେଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ ଓ ତାଙ୍କର ସଂଶ୍ପର୍ସରେ ଆସିଥିବା ଲୋକଙ୍କ ଅନୁସନ୍ଧାନ ଚାଲିଛି | ଯେଉଁମାନେ କ୍ବାରାଣ୍ଟିନ୍ ହୋଇନାହାଁନ୍ତି, ସେମାନଙ୍କର ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବ ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଆଜି ସ୍ଥିତିର ସମୀକ୍ଷା ଲାଗି ପୁଲିସ ମହାନିର୍ଦେଶକ ଅଭୟ ଭବାନୀପାଟଣା ଆସୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର୨୦ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ବିବରଣୀ ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ୨୯ ବର୍ଷିଅ ଯୁବକ ବାହାରିନରୁ ଏୟାର ଇଣ୍ଡିଆର ବିମାନ (ଏଆଇ୯୪୦)ର ୭-ବି ନମ୍ବର ସିଟରେ ବସି ଦିଲ୍ଲୀ ଆସିଥିଲେ । ଏହା ଥିଲା ମାର୍ଚ୍ଚ ୧୭ର ଘଟଣା । ସେଠାରୁ ସେ ମାର୍ଚ୍ଚ ୧୮ରେ ଅନ୍ୟ ଏକ ଏୟାର ଇଣ୍ଡିଆର ବିମାନ (ଏଆଇ ୫୬୦)ର ୨୦-ବି ସିଟରେ ବସି ହାଇଦ୍ରାବାଦ ଯାଇଥିଲେ । ସେଦିନ ସେ ହାଇଦ୍ରାବାଦ ବିମାନବନ୍ଦରରୁ ସିଟି ବସର ୧୫ ନମ୍ବର ସିଟରେ ବସଷ୍ଟାଣ୍ଡ ଯା ବାହାରିନର ଏକ କମ୍ପାନିରେ ଫିଟର ଭାବେ କାର୍ଯ୍ୟରତ ଯୁବକ ମାର୍ଚ୍ଚ ୧୮ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ହାଇଦ୍ରାବାଦରୁ ବିଶାଖାପାଟଣାରେ ପହଞ୍ଚିଥିଲେ । ରାତି ୮ଟାରେ ସେ ଏକ ଢବାରେ ଖାଇଥିଲେ । ମାର୍ଚ୍ଚ ୧୯ରେ ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ରେଳଷ୍ଟେସନରୁ ଗୁଣ୍ଟୁର-ରାୟଗଡ଼ା ଏକ୍ସପ୍ରେସର କୋଚ ଏସ-୬ (ସିଟ-୫)ରେ ରାୟଗଡ଼ା ଆସିଥିଲେ । ସେ ଝରକା କଡ଼ରେ ଥିବା ସିଟରେ ବସିଥିଲେ । ସେ ସେଦିନ ଝରକା କଡ଼ର ସିଟରେ ବସି ରାୟଗଡ଼ାରୁ କେସିଙ୍ଗା ତପସ୍ପିନୀ ଏକ୍ସପ୍ରେସରେ ଆସିଥିଲେ ।
/sambad/media/post_attachments/wp-content/uploads/2020/04/sfh5sf4hsf4h95sfhsfhhfffffffffffff-1.jpg)
ମାର୍ଚ୍ଚ ୧୯ ତାରିଖ ଦିନ ଯୁବକ ଜଣକ କେସିଙ୍ଗା ଟ୍ୟାକ୍ସିଷ୍ଟାଣ୍ଡ ଠାରୁ ବେହେରାଗୁଡ଼ା ଏକ ରିଜର୍ଭ ବୋଲେରୋ ଯାଇଥିଲେ । ସେହିଦିନ ଠାରୁ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କର ନମୁନା ଏପ୍ରିଲ ୪ରେ ପଜିଟିଭ ଚିହ୍ନଟ ହୋଇଥିଲା । ଶେଷରେ ତାଙ୍କୁ ଏପ୍ରିଲ ୫ରେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।