କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ

ଭବାନୀପାଟଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସ୍ନାତକ ପଞ୍ଚମ ସେମିଷ୍ଟର ଓ ସ୍ନାତକୋତ୍ତର ତୃତୀୟ ସେମିଷ୍ଟରର ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପରୀକ୍ଷା ନିୟନ୍ତ୍ରକଙ୍କ ସୂତ୍ରରୁ ସୂଚନା ମିଳିଛି ଯେ ସ୍ନାତକ ଶ୍ରେଣୀରେ ଗଣିତ ବିଭାଗର ୧୦୦% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ସର୍ବନିମ୍ନ ୫୨.୭୮% ଛାତ୍ରଛାତ୍ରୀ ବିସିଏ ବିଭାଗରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଂଥ୍ରୋପୋଲଜିର ୫୩.୩୩%, ଇକୋନୋମିକ୍ସ ୮୯.୨୧%, ଏଜୁକେସ୍‌ନର ୯୩.୭୫%, ଇଂଲିସର ୫୨.୫୯%, ଜିଓଗ୍ରାଫିର ୯୩.୧୦%, ଇତିହାସ ବିଭାଗର ୮୬.୬୭%, ଓଡ଼ିଆର ୮୪.୨୧%, ରାଜନୀତି ବିଜ୍ଞାନର ୮୮.୨୪%, ସଂସ୍କୃତର ୭୫%, ସୋସିଓଲୋଜିର ୭୭.୨୭%, ବାଣିଜ୍ୟ ବିଭାଗର ୫୭.୬୩%, ଉଦ୍ଭିଦ ବିଜ୍ଞାନର ୮୫%, ରସାୟନ ବିଜ୍ଞାନର ୯୦.୨%, କମ୍ପ୍ୟୁଟର ବିଜ୍ଞାନର ୯୨.୮୬%, ପଦାର୍ଥ ବିଜ୍ଞାନର ୮୫.୧୯%, ପ୍ରାଣୀ ବିଜ୍ଞାନର ୯୧.୧୮%, ବିବିଏର ୫୫.୫୬% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ସ୍ନାତକ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖିଛନ୍ତି ଗଣିତ ବିଭାଗର ଛାତ୍ର ପ୍ରସନଜିତ ମୁଣ୍ଡ। ସେହିପରି ସ୍ନାତକୋତ୍ତର ଓଡ଼ିଆ ଓ ରାଜନୀତି ବିଜ୍ଞାନର ୧୦୦% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଓଗ୍ରାଫି ବିଭାଗରେ ବାବି ସିମସନ ବାରିକ ସର୍ବୋଚ୍ଚ ମାର୍କ ରଖିଛନ୍ତି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ହିମାଂଶୁ ଷଡ଼ଙ୍ଗୀ, ପୂର୍ବତନ କୁଳସଚିବ ପଦ୍ମଲୋଚନ ଭୁଏ, କୁଳସଚିବ ପୀତାମ୍ବର ଭୋଇ ଓ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର