ପ୍ରତିଷ୍ଠା ହେବ କଳାହାଣ୍ଡି ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଭବାନୀପାଟଣାଠାରେ ପ୍ରତିଷ୍ଠା ହେବ କଳାହାଣ୍ଡି ବିଶ୍ବବିଦ୍ୟାଳୟ। ପୂର୍ବ ଘୋଷଣା ମୁତାବକ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୯ର ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମର ଧାରା ୫ ଅନ୍ତର୍ଗତ ୩୨ ଉପଧାରାର ୧ ଓ ୨ ସୂଚୀ ବଳରେ ରାଜ୍ୟ ସରକାର ପାଇଥିବା କ୍ଷମତା ଆଧାରରେ ଏହି ନିର୍ଦେଶନାମା ଜାରି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଦ୍ବାରା ୫୭୮୯ ନମ୍ବର ଚିଠି ଅନୁଯାୟୀ ସରକାର ମୂଳ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅଧୀନରେ ଆବଶ୍ୟକୀୟ ପରିବର୍ତନ କରି ଏହି ନୂତନ ବିଶ୍ବବିଦ୍ୟାଳୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ଦେଶନାମା ମାର୍ଚ୍ଚ ୬ ତଥା ବୁଧବାରଠାରୁ କାର୍ଯ୍ୟକାରୀ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର