ରାଷ୍ଟ୍ରପତି ପୁଲିସ ମେଡାଲ୍‌ ପାଇବେ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ

ଭବାନୀପାଟଣା : ରାଷ୍ଟ୍ରପତି ବିଶିଷ୍ଟ ପୁଲିସ ସେବା ପଦକ ପାଇଁ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ମନୋନୀତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଡିଏସ୍‌ପି ଶ୍ରୀ ମହାନନ୍ଦଙ୍କ ଜନ୍ମ। ୨୦୦୯ ମସିହାରେ ଭିଜିଲାନ୍ସ ଇନ୍ସପେକ୍ଟର ଭାବରେ ଜୟପୁରଠାରେ ନିଯୁକ୍ତି ପାଇଥିଲେ। ୨୦୧୦ ମସିହାରେ ଭବାନୀପାଟଣାଠାରେ ଭିଜିଲାନ୍ସ ଇନ୍ସପେକ୍ଟର ଓ ୧୦୧୩ ମସିହାରେ ଭିଜିଲାନ୍ସ ଡିଏସ୍‌ପି ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି।

୨୦୧୦ ଓ ୨୦୧୫ ମସିହାରେ କୋରାପୁଟ ଡିଭିଜନ୍‌ରେ ଶ୍ରେଷ୍ଠ ତଦନ୍ତକାରୀ ଅଫିସ୍‌ର ଭାବରେ ସମ୍ମାନିତ ହୋଇଥିଲେ। ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶ୍ରେଷ୍ଠ ପୁଲିସ୍‌ ଇନ୍ସପେକ୍ଟର ଭାବରେ ସମ୍ମାନିତ ହୋଇଥିଲେ। ୨୦୨୧ ମସିହା ଏପ୍ରିଲ ୧ରେ ଡିଜିପି ପୁଲିସ ମେଡାଲ୍‌ ପାଇଥିଲେ। ଶତାଧିକ ଭିଜିଲାନ୍ସ ଚଢ଼ଉରେ ସେ ନେତୃତ୍ବ ନେଇଛନ୍ତି। ୫୦ରୁ ଊର୍ଦ୍ଧ୍ବ ଭିଜିଲାନ୍ସ ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର