ସ୍ୱାମୀଙ୍କ ମୃତ୍ୟୁ ପରେ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଲେ ବିଧବା ମହିଳା

ଦୁଇ ଝିଅଙ୍କୁ ପ୍ରତିଷ୍ଠିତ କରାଇବା ପାଇଁ ସହଯୋଗର ହାତ ବଢ଼ାଇଲା ଜିଲ୍ଲା ଯୁବ ଯାଦବ ମହାସଭା

ଭବାନୀପାଟଣା : ସ୍ୱାମୀଙ୍କ ଆବର୍ତ୍ତମାନରେ ଦୁଇ ଝିଅଙ୍କୁ ଦୁନିଆ ଆଗରେ ପ୍ରତିଷ୍ଠିତ କରାଇବାର ଲକ୍ଷ ରଖି ଆଗେଇ ଚାଲିଛନ୍ତି ବିଦୁଲତା ଗଉଡ । ସ୍ୱାମୀଙ୍କ ମୃତ୍ୟୁ ପରେ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଲେ ଏହି ବିଧବା ମହିଳା ଜଣକ । ବର୍ତ୍ତମାନ ସଂସାରର ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ସେ ତାଙ୍କ ଲକ୍ଷ୍ୟରେ ଅଚଳ ଅଟଳ । ଏମିତି ସ୍ଥିତିରେ ବିଦୁଲତାଙ୍କ ପଛରେ ଛିଡା ହୋଇ ସାହାସ ଯୋଗାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ବ୍ଲକ କୁଟ୍ରୁଖମାର ଗାଁର ବିଦୁଲତା ଗଉଡଙ୍କ ସ୍ୱାମୀ କେଶବ ଗଉଡ ଗତ ୪ ବର୍ଷ ତଳେ ଅକାଳରେ ମୃତ୍ୟୁ ବରଣର କରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ବିଦୁଲତାଙ୍କୁ ଚାରିଦିଗ ଅନ୍ଧାର ଦିସିଲା । ଆହାସାହା ହେବାକୁ କେହି ନାହିଁ କି ସମ୍ପତ୍ତିବାଡି କିଛି ନାହିଁ । ଏପଟେ ଦୁଇ କୁନି କୁନି ଝିଅ ତନିମା(୧୪) ଓ ଅସୀମା (୧୧)ଙ୍କ ପ୍ରତିପୋଷଣ ଚିନ୍ତା । ଏସବୁ ସତ୍ବେ ମଧ୍ୟ ଭାଙ୍ଗି ପଡି ନାହାନ୍ତି ବିଦୁଲତା । ଅତି କଷ୍ଟରେ ଚଳିବା ସତ୍ତ୍ବେ ମଧ୍ୟ ଦୁଇଝିଅଙ୍କୁ ମଣିଷ କରିବାରେ ଚେଷ୍ଟା ଜାରି ରଖିଛନ୍ତି । ଏହି ସାହାସୀ ମହିଳାଙ୍କ ପ୍ରଚେଷ୍ଠା ଦେଖି ତାଙ୍କୁ ସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ।

ଆଜି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ କାର୍ଯ୍ୟକର୍ତ୍ତା ତୁଳମଣି ନାଗ ନେତୃତ୍ୱରେ ଯୁବଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର,ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ସହ ସମ୍ପାଦକ ତ୍ରିଲକ୍ଷ ନାଏକ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, କାଣ୍ଡେଲ ସରପଞ୍ଚ ପଙ୍କଜ ଗଉଡ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସହ ସମ୍ପାଦକ କିର୍ତ୍ତିଚନ୍ଦ୍ର ଗଉଡ, ଭବାନୀପାଟଣା ବ୍ଲକ ଯୁବ ଯାଦବ ସଭାପତି ମଳୟ ଗଉଡ, କୁଟ୍ରୁଖମାର ଆଞ୍ଚିଳିକ ସଭାପତି କରୁଣା ଚଣ୍ଡିଙ୍କ ସମେତ ଯୁବ ଯାଦବ, ତ୍ରିପୁର ନାଏକ, କଲିକିରାମ ବାଗ, ଦୁଃଖିଧନ ବାଗ, ହିରଣ୍ୟ ବେହେରା, ପୂର୍ଣ୍ଣଚନ୍ଦ୍ର ବାଗ, ମୋହନ ଗହିର ପ୍ରମୂଖ ପ୍ରତିନିଧି ମଣ୍ଡଳୀ କୁଟ୍ରୁଖମାର ଗାଁକୁ ଯାଇ ବିଦୁଲତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଥିଲେ ।

ସମ୍ବନ୍ଧିତ ଖବର