କଳାହାଣ୍ଡିଆ ଗଳ୍ପ ସଂକଳନ `କୁଁ`ଉନ୍ମୋଚିତ

ଭବାନୀପାଟଣା : କଳାହାଣ୍ଡିର ଜଣେ ଆଗଧାଡ଼ିର କବି ଓ ଲେଖକ ବିରଞ୍ଚି ନାରାୟଣ ମୁଣ୍ଡଙ୍କ ପ୍ରଥମ ରମ୍ୟ ରଚନା ସଂକଳନ କେଚକେଚା ଓ ଦ୍ୱିତୀୟ ଆଧୁନିକ କବିତା ସଙ୍କଳନ ଚିଠି ପ୍ରକାଶିତ ହୋଇଥିଲା । ଆଜି ସନ୍ଧ୍ୟାରେ ତାଙ୍କର ତୃତୀୟ କଳାହାଣ୍ଡିଆ ଗଳ୍ପ ସଂକଳନ କୁଁ ଉନ୍ମୋଚିତ ହୋଇଛି । ଭବାନୀପାଟଣା ସହରସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦର ଡ଼ଃ ନିରଦ ଚନ୍ଦ୍ର କଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବ ମନ୍ତ୍ରୀ ତଥା ସାହିତ୍ୟିକ ରାସ ବିହାରୀ ବେହେରା, ମୁଖ୍ୟବକ୍ତା ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି, ସମ୍ମାନିତ ଅତିଥି ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶିବରାମ ନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ । ଗଳ୍ପ ସଂକଲନର ସମୀକ୍ଷା କରିଥିଲେ ଅଧ୍ୟାପକ ପରମେଶ୍ୱର ମୁଣ୍ଡ । ସଞ୍ଜୀବ କୁମାର ପଣ୍ଡା ଓ କାଜଲ ମହାରଣା ସଂକଲନର ଗଳ୍ପ ପଠନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଦକ୍ଷ ସାହୁ ଓ ଗଳ୍ପ ପୁସ୍ତକର ଲେଖକ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ନିଶଙ୍କ, ମିଲନ ବିଶି,ସ୍ୱର୍ଣ୍ଣକାନ୍ତି ବୈକାର, ସୁଦେଷ୍ଣା ପଣ୍ଡା, ଦୀପ୍ତି ମୁଣ୍ଡ, ଆନନ୍ଦିନୀ ପାତ୍ର, ସାବିତ୍ରୀ ମହାରଣା, ଦୁଷ୍ମନ୍ତ ପ୍ରଧାନ, ମନୋଜ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦ ପକ୍ଷରୁ ଏହି ସଂକଳନକୁ ପ୍ରକାଶିତ କରାଯାଇଛି । ଏଥିରେ ୪୬ ଟି କଳାହାଣ୍ଡିଆ ମିନିଗପ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର