ଜୟପୁର: ପଦ୍ମଶ୍ରୀ କମଳା ପୁଜାରୀ ସାଧାରଣ ଭୋଟରଙ୍କ ଭଳି ଲାଇନରେ ଠିଆ ହୋଇ ଆଜି ନିଜର ମତ ସାବ୍ୟସ୍ତ କରିଥିଲେ। ଦେହ ଅସୁସ୍ଥ ଥିବା ଏବଂ ଆଖିକୁ ଭଲ ଭାବେ ଦିଶୁ ନଥିଲେ ହେଁ ପାତ୍ରପୁଟ ସ୍କୁଲରେ କରାଯାଇଥିବା ବୁଥକୁ ଚାଳି ଚାଳି ଯାଇ ଭୋଟ ଦେଇଥିଲେ। ଲାଇନରେ ଦୀର୍ଘ ସମୟ ଧରି ଠିଆ ହୋଇ ନିଜ ମତକୁ ସାବ୍ୟସ୍ତ କରିଛନ୍ତି। ୫ବର୍ଷକୁ ଥରେ ମିଳିଥିବା ସାମ୍ବିଧାନିକ ଅଧିକାରକୁ ଜାହିର କରିବା ଆବଶ୍ୟକ ବୋଲି କମଳା ଆମ ପ୍ରତିନିଧିଙ୍କୁ କହିଛନ୍ତି।

Advertisment

ଲାଇନରେ ଠିଆ ହୋଇଥିବା ସମୟରେ ବୁଥର ତଦାରଖରେ ଆସିଥିବା ସଦରଥାନା ସବଇନିସପେକ୍ଟର ଓମତ ଦାନରେ କାମ କରୁଥିବା ପୁଲିଂ ଅଧିକାରୀଙ୍କୁ ହାତ ଯୋଡି ନମସ୍କାର କରିଥିଲେ। ପୁଲିସ ଓ ପ୍ରଶାସନ ଏଭଳି ମହାନ କାର୍ଯ୍ୟକ୍ରମକୁ ସଠିକ ଭାବେ ପରିଚାଳନା କରିବା ପାଇଁ ଉଠାଉଥିବା ଉତ୍ତରଦାୟିତ୍ବକୁ ନେଇ ସେ ପ୍ରଶଂସା କରିଥିଲେ। ଏତେ ବଡ଼ ପୁରସ୍କାର ପାଇଥିବା ଜଣେ ମହିୟସୀ ମହିଳାଙ୍କ ଏଭଳି ଉଦାରତା ଓ ନିରୀହତାକୁ ଦେଖି ପୁଲିସ ଅଧିକାରୀ ଓ ଅନ୍ୟ ପୁଲିଂ ଅଧିକାରୀ ମାନେ ତାଙ୍କ ସହ ସ୍ବଳ୍ପ ସମୟ କଥାବାର୍ତ୍ତା କରିଥିଲେ। ଗାଁରେ ଏବଂ ସେ ରହୁଥିବା ନିଜ ସାହିରେ ଲୋକଙ୍କୁ ମତଦାନ କରିବାକୁ ଯିବାକୁ ପ୍ରବର୍ତ୍ତାଇଥିବା ସାହି ବାସିନ୍ଦା କହିଛନ୍ତି। ନିଜର ମତସାବ୍ୟସ୍ତ କରି ନିଜ ମନପସନ୍ଦର ନେତା ଚୟନ କରି ପାରିଥିବାରୁ ସେ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ।