ଚକାପାଦ : କନ୍ଧମାଳ ଜିଲ୍ଲା ଚକାପାଦ୍ ବ୍ଲକ୍ ବପଲମେଣ୍ଡି (ଏଲ୍) ପଞ୍ଚାୟତ ଗଣ୍ଡପଡ଼ା ଗ୍ରାମରେ କଲରାପତରିଆ ବାଘ ଆତଙ୍କ ଖେଳାଇଛି। ତଳସାହିରେ ଗତକାଲି ସନ୍ଧ୍ୟାରେ ବାଘ ପଶିବା ସହ ନରୋତ୍ତମ ଦିଗାଳ, କମ୍ପାଡ୍ର ନାୟକ ଓ ବିସ୍କେସନ ମଲ୍ଲିକଙ୍କ ୪ଟି ଗାଈ ଓ ବଳଦକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି।

Advertisment

ବାଘଟି ଗତକାଲି ଟିକାବାଲି ବନାଞ୍ଚଳ ଅଧୀନ ସାଦାରା ସଂରକ୍ଷିତ ଜଙ୍ଗଲରୁ ଗଣ୍ଡପଡ଼ା ଗ୍ରାମର ତଳସାହିକୁ ଚାଲିଆସିଥିଲା। ପରେ ହନୁମାନମନ୍ଦିର ପଟକୁ ଯାଇ ଶଙ୍କରାଖୋଲ ଓ ଲାଇନପଡ଼ା ମୁଖ୍ୟରାସ୍ତା ପାର ହୋଇ ଡାହାଣପାର୍ଶ୍ଵରେ ଥିବା ଜଙ୍ଗଲକୁ ପଳାଇଥିବା ଗ୍ରାମବାସୀ କହିଛନ୍ତି। ତେବ‌େ ଏହାମଧ୍ୟରେ ସ‌େ ଗ୍ରାମର ଗାଈବଳଦଙ୍କୁ ଆକ୍ରମଣ କରିଥିଲା। ଶଙ୍କରାଖୋଲ ବନରକ୍ଷୀ ବିକାଶ କୁମାର ବିଷୋୟୀ କହିଛନ୍ତି, ଏହି  ଜଙ୍ଗଲରେ କଲରାପତରିଆ ବାଘର ଗତିବିଧି ଜାରି ରହିଛି। ଗ୍ରାମବାସୀଙ୍କୁ ଜଙ୍ଗଲକୁ ନଯିବା ଲାଗି ସଚେତନ କରାଯାଇଥିବା ସହ ଗାଈ, ବଳଦ ଓ ଛେଳି ଆଦି ଗୃହପାଳିତ ପଶୁଙ୍କୁ ନଛାଡ଼ିବାକୁ ପରାମର୍ଶ ଦିଆଯାଇଥିବା ଶ୍ରୀ ବିଷୋୟୀ କହିଛନ୍ତି।