ଏସ୍ଏନ୍ ସୁବାରାଓଙ୍କ ଅସ୍ଥି କଳସ ଯାତ୍ରା ଓ ବିସର୍ଜନ

ପୁରୀ/ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ବିଶିଷ୍ଟ ଗାନ୍ଧୀବାଦୀ ଡ. ଏସ୍‌. ଏନ୍ ସୁବାରାଓ(ଭାଇଜୀ)ଙ୍କ ଅସ୍ଥି କଳସ ସୋମବାର ଦିନ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି। ଏହି ଉପଲକ୍ଷେ ଆଜି ଅସ୍ଥି କଳସକୁ ପୁରୀ ସହର ପରିକ୍ରମା କରାଯାଇଥିଲା। ଅସ୍ଥି କଳସକୁ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିଠାରୁ ଗାନ୍ଧୀଘାଟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନିଆଯାଇ ପରେ ମହୋଦଧିରେ ବିସର୍ଜନ କରାଯାଇଥିଲା। ପରେ ଜାତୀୟ ଯୁବ ପ୍ରକଳ୍ପ ଓ ରାଷ୍ଟ୍ରୀୟ ସଦଭାବନା ମଞ୍ଚର ମିଳିତି ଅନୁକୂଲ୍ୟରେ ଗାନ୍ଧୀଘାଟଠାରେ ସର୍ବଧର୍ମ ପ୍ରାର୍ଥନା ସହ ସ୍ବର୍ଗତ ସୁବାରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମହୋଦଧିଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ସଭାପତି ଇଂଜିନିୟର ସୂର୍ଯ୍ୟ ରଥ ସଭାପତିତ୍ବ କରିଥିବା ବେଳେ ଆବାହକ ମଧୁସୂଦନ ଦାସ ଅସ୍ଥି ବିସର୍ଜନ କରିଥିଲେ। ଏଥିରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପ୍ରଫେସର୍ ଜଗଦୀଶ ଚୌଧରୀ, ନରେନ୍ଦ୍ର ବଡ଼ୋଗାଓଙ୍କର, ଦୀପକ କୁମାର ବଜାଜ୍, ଧର୍ମେନ୍ଦ୍ର କୁମାର, ପ୍ରମୋଦ ପୃଷ୍ଟି, ରାଷ୍ଟ୍ରୀୟ ସଭା ମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ମିଶ୍ର, ଉପାଧ୍ୟକ୍ଷ ସ୍ୱର୍ଣ୍ଣଲତା ଜେନା, ସମୀର କୁମାର ପଟ୍ଟନାୟକ, ଆବାହକ ସଞ୍ଜୟ କୁମାର ପ୍ରଧାନ, ନବ କୁମାର ଜେନା, ସନ୍ତୋଷ ରାଉତ, ମନୋଜ ରଥ, ମଧୁସୂଦନ ମିଶ୍ର, ଶଙ୍କର୍ଷଣ ପରିଡ଼ା, କୈଳାସ ଦଣ୍ଡପାଟ, ଶ୍ରୀ ସୋମ, ବିକ୍ରମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହା ପୂର୍ବରୁ କାଦୁଆସ୍ଥିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଗଠନଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସଦ୍‌ଭାବନା ଯାତ୍ରା ଅବସରରେ ଆସିଥିବା ଭାଇଜୀ ସନ୍ଦେଶ ସଦ୍‌ଭାବନା ଯାତ୍ରାର ଯାତ୍ରୀମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ବର୍ଗତ ସୁବାରାଓଙ୍କ ଅସ୍ଥି କଳସକୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯାଇଥିଲା। ମଧୁସୂଦନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିଳ୍ପପତି ଦୀପକ ବଜାଜ ଝାନସୀ ସିଂହ, ନିରାକାର ଦାସ, ସୁନନ୍ଦା ପ୍ରଧାନ, କୈଳାସ ଦଣ୍ଡପାଟ, ରଘୁନାଥ ମଣ୍ଡଳ, ଲଗ୍ନା ମିଶ୍ର, ଅକ୍ଷୟ ମହାନ୍ତି, ଅମର ନନ୍ଦ, ଦେବଯାନୀ ଦାସ ଓ ହରପ୍ରସାଦ ମହାପାତ୍ର ପ୍ରମୁଖ ସ୍ବର୍ଗତ ସୁବାରାଓଙ୍କ ଜୀବନୀ, ସଦ୍‌ଭାବନା କାର୍ଯ୍ୟକ୍ରମ, ସତ୍ୟବାଦୀ ଗସ୍ତ ଓ କାଦୁଆ ଆଶ୍ରମରେ ରହଣି ସମ୍ପର୍କରେ ଆଲୋଚନା କରିଥିଲେ। କାଦୁଆ ଆଶ୍ରମ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ସହକାରୀ ପରିଚାଳକ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଜଗନ୍ନାଥ ବାରିକ, ମନମୋହନ ମୁଦୁଲି, ଜୟକୃଷ୍ଣ ପ୍ରଧାନ, ସୂର୍ଯ୍ୟ ନାରାୟଣ ଦାସ, ସୁବାସ ଚନ୍ଦ୍ର ଦାସ ଓ ଅଶୋକ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରୀଠାରେ ପହଞ୍ଚିବା ପରେ ଅଠରନଳା ଓ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ପାଖରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପୁରୀର ବିଭିନ୍ନ ଅନୁଷ୍ଠାନ ଏଥିରେ ସାମିଲ୍‌ ହୋଇଥିଲେ।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ବରସ୍ଥିତ ଖଦି ବୋର୍ଡ କାର୍ଯ୍ୟାଳୟରେ ତିରୋଧାନ ଦିବସ ପାଳିତ ହୋଇଥିଲା। ଏହା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସୁବାରାଓଜୀଙ୍କ ଅସ୍ଥି କଳସ ଶୋଭାଯାତ୍ରା ପୁରୀ ଅଭିମୁଖେ ବାହାରିଥିଲା। ଖଦି ବୋର୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ତିରୋଧାନ ଦିବସ ସଭାରେ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ, ସମା‌ଜସେବୀ ଜଗଦାନନ୍ଦ, ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅରବିନ୍ଦ ବେହେରା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଫୁଲ୍ଲ ସାହୁ, ପ୍ରଭାସ ଆଚାର୍ଯ୍ୟ, ସୁରେଶ ମନ୍ତ୍ରୀ, ଦୀପକ ବଜାଜ୍‌, ଅରୁନ୍ଧତୀ ଦେବୀ, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ବିଜୟ ପ୍ରଧାନ, ରଘୁନାଥ ମଣ୍ଡଳ, ଦୁର୍ଗା ସାମନ୍ତରାୟ, ଲୋପାମୁଦ୍ରା ମହାନ୍ତି, ବିମଳେନ୍ଦୁ ମହାନ୍ତି, ହର ପ୍ରସାଦ ମହାପାତ୍ର, ପ୍ରଦୀପ୍ତ ମହାରଥା, ଦେବୀ ପୃଷ୍ଟି, ଶ୍ରୀକାନ୍ତ ପାଇକରାୟ, ହରୀଶ ଚୌଧୁରୀ, ନମିତା ପଟ୍ଟନାୟକ, ନିରାକାର ଦାସ, ନରେନ୍ଦ୍ର ଭାଇଜୀ ପ୍ରମୁଖ ଯୋଗଦେଇଥିଲେ। ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଅସ୍ଥି କଳସ ଯାତ୍ରାର ଶୁଭାରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର