କାଳବୈଶାଖୀ: ଦଧିନଉତି ଭାଙ୍ଗିଲା, ଛାତ ଉପରେ ପଡ଼ିଲା ଗଛ

କାଳବୈଶାଖୀ: ଦଧିନଉତି ଭାଙ୍ଗିଲା, ଛାତ ଉପରେ ପଡ଼ିଲା ଗଛ

ଚଣ୍ଡିଖୋଲ: କାଳବୈଶାଖୀ ପ୍ରଭାବରେ ବଡ଼ଚଣା ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ପ୍ରବଳ ପବନ ବର୍ଷା ସହିତ ବିଜୁଳି ମାରିବାରୁ ଭରତପୁର ପଞ୍ଚାୟତ ଭରତପୁର ଗ୍ରାମ ଉତ୍ତର କବାଟ ସାହିରେ ଥିବା ବାସୁଦେବ ମନ୍ଦିରର ଦଧିନଉତି ଭାଙ୍ଗିଯାଇଛି। ବଜ୍ରପାତ ଏତେ ଜୋରରେ ମାରିଥିଲା ଯେ ତାହାର ପ୍ରଭାବରେ ଦଧିନଉତିଟି ଖଣ୍ଡଖଣ୍ଡ ହୋଇଯାଇଥିଲ। ତାହା ଟୁକୁଡ଼ା ଟୁକୁଡ଼ା ହୋଇ ନିକଟସ୍ଥ ଘର ଉପରେ ପଡ଼ିଥିଲା। ସୌଭାଗ୍ୟକୁ ତାହା କାହା ଦେହରେ ବାଜି ନଥିବାରୁ ଜୀବନ ହାନି ହୋଇନାହିଁ।

publive-image

ସେହିପରି ପ୍ରବଳ ପବନରେ ବଡ଼ଘୁମୁରି ପଞ୍ଚାୟତ ଉଲୁରୀ-୨ ଗ୍ରାମର ପ୍ରମୋଦ ପାତ୍ର ଓ ଦାମୋଦର ପାତ୍ରଙ୍କ ଘର ନିକଟରେ ଥିବା ଏକ ବଡ଼ ତେନ୍ତୁଳି ଗଛ ଉପୁଡ଼ି ଉଭୟଙ୍କ କୋଠାଘର ଉପରେ ପଡ଼ିଥିଲା। ଉଭୟଙ୍କ ଛାତ ଓ ଘର ଭାଙ୍ଗିଯାଇଛି। ଘର ଉପରୁ ଭଙ୍ଗା ଗଛକୁ ହଟାଇବା ପାଇଁ ଆଜି ସକାଳେ ଚଣ୍ଡିଖୋଲ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ କେନ୍ଦ୍ରର କଟର ମେସିନ ଅଚଳ ହୋଇ ପଡ଼ିଥିବାରୁ କେହି କର୍ମଚାରୀ ଆସିନଥିବା ଜଣା ଯାଇଛି। ପରେ ଯାଜପୁର ସଦର ଅଞ୍ଚଳର ବରୁହାଁଠାରେ ଥିବା ଦମକଳ ବାହିନୀ ଆସି ଉଭୟଙ୍କ ଘର ଉପରୁ ଗଛ ଡାଳ ସବୁ କାଟି ସଫା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe