ଘଣ୍ଟାଏ ଛେଚିଲା, କୁଆ ପଥର ପଡ଼ିଲା

ଘଣ୍ଟାଏ ଛେଚିଲା, କୁଆ ପଥର ପଡ଼ିଲା

Pinterest

କାଳିଆପାଣି: କାଳିଆପାଣି ଖଣିଅଞ୍ଚଳରେ ଆଜି ସଂଧ୍ୟା ୭ଟାରୁ ଝଡ଼ପବନ ସହ ଘଣ୍ଟାଏ ଧରି କାଳବୈଶାଖୀ ବର୍ଷା ଓ କୁଆପଥର ବୃଷ୍ଟି ହୋଇଛି। ଟମକା-ମଙ୍ଗଳପୁର ସଡ଼କର ବହୁ ସ୍ଥାନରେ ରାସ୍ତା ଉପରେ ଗଛ ଓ ଡାଳ ପଡ଼ି ରାସ୍ତା ଅବରୋଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଢ଼େଇ ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ସଂପୂର୍ଣ୍ଣ ବ୍ୟାହତ ହୋଇଥିଲା। ବହୁ ପନିପରିବା ଚାଷ ଓ ଆମ୍ବ ବଗିଚା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ଏହି ଝଡ଼ ତୋଫାନ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ରାଁସୋଳ ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମ‌ରେ ପହଞ୍ଚି ଦିବଙ୍ଗତ ଶ୍ରମିକନେତା ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘର ପୂର୍ବତନ ସଭାପତି ବାମନ ଚରଣ ଦେହୁରୀଙ୍କ ବିଧବା ପତ୍ନୀ ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ। ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର, ଭରତ ଚନ୍ଦ୍ର ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟ‌ା ଜେମା ଚାଖି, ସମିତିସଭ୍ୟା ଉମାରାଣୀ ପ୍ରଧାନ, ସରପଞ୍ଚ କନକଲତା ସର୍ଦ୍ଦାର, ପୂର୍ବତନ ସରପଞ୍ଚ ବିଶ୍ବଜିତ ମହାନ୍ତି, କାଙ୍କଡ଼ପାଳ ସରପଞ୍ଚ ସଞ୍ଜୟ ପରିଡ଼ା, ଯୁବ ସଂଗଠକ ଦେବରାଜ ପରିଡ଼ା, ଜଗବନ୍ଧୁ ମହାନ୍ତ, ଦଶରଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe