ଆଜି ମିଳିବ କାଳିଆ ସହାୟତା

ଭୁବନେଶ୍ବର : ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ମାତ୍ର ଚାଷୀଙ୍କୁ କାଳିଆ ସହାୟତା ମିଳିବ। ଚାଷୀମାନେ ମୁଣ୍ଡ ପିଛା ୨ ହଜାର ଟଙ୍କା ଲେଖାଏଁ ପାଇବେ। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ସିଧାସଳଖ ପଠାଯିବ। ମଙ୍ଗଳବା‌ର ଅପରାହ୍ନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାଳିଆ ଟଙ୍କା‌ ବଣ୍ଟନ କରିବେ। ଏ ବାବଦରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଯେ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ମୋଟ୍‌ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ପ୍ରତି ବର୍ଷ ଅକ୍ଷୟ ତୃତୀୟା ଓ ନୂଆଖାଇ ପର୍ବରେ ଚାଷୀଙ୍କୁ ଏହି ଅର୍ଥ ଦିଆଯାଉଛି।

ସମ୍ବନ୍ଧିତ ଖବର