ଏତିକି ଲୋକଙ୍କ ପାଖରୁ ଫେରିବ କାଳିଆ ଟଙ୍କା

ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ କାଳିଆ ଟଙ୍କା ଫେରିବ | ଏବେ ଜୋରସୋରରେ କାଳିଆ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ ଚାଲିଥିବା ବେଳେ ଖୁବ ଶୀଘ୍ର ଟଙ୍କା ଫେରସ୍ତ ହେବାର ବ୍ୟବସ୍ଥା କରାଯିବ | ଏବେ ସୁଦ୍ଧା ୩୭ ଲକ୍ଷ କାଳିଆ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ ସରିଥିବାବେଳେ ସେମାନଙ୍କ ମଧ୍ୟରୁ ୨.୬୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି |

ଏନେଇ ଆଜି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ | କାଳିଆକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବାବେଳେ ଏ ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ | ଏ ପର୍ଯ୍ୟନ୍ତ ସରକାର ୩୬.୩୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୪.୭୦ ଲକ୍ଷ ଭୂମିହୀନ କୃଷି ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ସେହିପରି ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରିବାକୁ ଥିବା ବେଳେ ୩୧ ତାରିଖ ସୁଦ୍ଧା ବ୍ଲକ ଓ ଜିଲ୍ଲା ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରିବ |

ସମ୍ବନ୍ଧିତ ଖବର