‘କାଳିଆ’ କେଳେଙ୍କାରୀ : ସଫେଇ ଦେଲା କୃଷି ବିଭାଗ, ୧%ରୁ କମ୍ ହିତାଧିକାରୀ ଅଯୋଗ୍ୟ, ପରିବାରରୁ ଜଣେ ପାଇବେ ସହାୟତା

ଚାକିରିଆ, ବଡ଼ଚାଷୀ ଟଙ୍କା ଫେରାଇବେ, ଅନ୍ୟ ଅଯୋଗ୍ୟଙ୍କ ଟଙ୍କା ପରବର୍ତୀ କିସ୍ତିରେ ଭରଣା ହେବ

ଭୁବନେଶ୍ବର : କାଳିଆ କେେଳଙ୍କାରୀକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। େଗାଟିଏ ପଟେ ରାଜନୈତିକ ଦଳମାନେ ସରକାରଙ୍କୁ େଘରିବା ଆରମ୍ଭ କରିଥିବା ବେଳେ କୃଷି ବିଭାଗ ଏ େନଇ ଆଜି ଏକ ଲମ୍ବା ସ୍ପଷ୍ଟୀକରଣ ରଖିଛି।

କୃଷି ବିଭାଗ କହିଛି ଯେ କାଳିଆ ଯୋଜନାରେ ୫୧.୦୫ ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଏହି ଟଙ୍କା ଦିଆଯାଇଥିଲା। ତିନି ମାସ ମଧ୍ୟରେ ଏହି ଡାଟାବେସ ପ୍ରସ୍ତୁତ କରାଯାଇଥିଲା। ବିଭିନ୍ନ ପର୍ଯ୍ୟାୟରେ ଦରଖାସ୍ତକୁ ଯାଞ୍ଚ କରାଯାଇ ପ୍ରାୟ ୧.୧୯ କୋଟି ଦରଖାସ୍ତ ମଧ୍ୟରୁ ୫୧.୦୫ ଲକ୍ଷ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା। ଏହି ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧%ରୁ କମ ହିତାଧିକାରୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ମୋଟ ୫୧.୦୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୩୨ ହଜାର ହଜାର ସରକାରୀ କର୍ମଚାରୀ/ପେନସେନ ଭୋଗୀ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ଏହି ୩୨ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ କିଛି ବଡ ଚାଷୀ ମଧ୍ୟ ରହିଛନ୍ତି। ଏମାନଙ୍କ ଠାରୁ ଟଙ୍କା ଫେରାଇବା ପାଇଁ ପଦକ୍ଷେପ ନିଆଯିବ।

ସେହିଭଳି ୫୧.୦୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୩ ଲକ୍ଷ ଏମିତି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ଯେଉଁମାନଙ୍କ ପରିବାରର ଅନ୍ୟ ସଦସ୍ୟ ମଧ୍ୟ କାଳିଆ ଯୋଜନାରେ ଟଙ୍କା ପାଇଛନ୍ତି। ଯେଉଁଥିରେ କିଛି ନାବାଳକ ଓ ନାବାଳିକା ମଧ୍ୟ ରହିଛନ୍ତି। କିନ୍ତୁ ସେମାନଙ୍କୁ ଅଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ କରିନାହାନ୍ତି ସରକାର। ସରକାର ଯୁକ୍ତି ରଖିଛନ୍ତି, କାଳିଆ ଯୋଜନାରେ ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ସହାୟତା ପାଇପାରିବେ।

ତେଣୁ ଏଭଳି କ୍ଷେତ୍ରରେ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟ ଭାବେ ଗ୍ରହଣ କରାଯାଇ ଅନ୍ୟ ସଦସ୍ୟ ପାଇଥିବା ଟଙ୍କାକୁ ପରବର୍ତ୍ତୀ କିସ୍ତି ଭାବେ ଧରାଯିବ।

କୃଷି ବିଭାଗ ଆହୁରି ପକ୍ଷରୁ କୁହାଯାଇଛି, ଏହି ଯୋଜନାର ମାପଦଣ୍ଡ ଜାଣିବା ପରେ ପ୍ରାୟ ୧ ଲକ୍ଷ ବ୍ୟକ୍ତି ତାଲିକାରୁ ନାଁ ବାଦ୍ ଦେବାକୁ ନାଲି ଫର୍ମ ଦେଇଥିଲେ। ୨ ହଜାରରୁ ଅଧିକ ହିତାଧିକାରୀ ସ୍ବତଃ ଟଙ୍କା ଫେରାଇବାକୁ ଆବେଦନ କରିଛନ୍ତି। ଏହି ଯୋଜନାରେ ୯୯ ପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ ସଫଳତା େବାଲି ବିଭାଗ ଦାବି କରିଛି।

ଉଲ୍ଲେଖଯୋଗ୍ୟ, ଗତକାଲି କୃଷିମନ୍ତ୍ରୀ କହିଥିଲେ, ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଉଠାଇ ନେଇଛନ୍ତି। ଆଜି ବିଜେଡି ମୁଖପାତ୍ର ପ୍ରତାପ ଦେବ ଗଣମାଧ୍ୟମରେ କହିଥିଲେ, କେବଳ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି।

ସମ୍ବନ୍ଧିତ ଖବର