କାଳିଆ ଯୋଜନାରେ ଏଯାଏଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର?

ଭୁବନେଶ୍ଵର: କାଳିଆ ଯୋଜନାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସେ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ | ଆଜି ଗୃହରେ ବିଜେପି ବିଧାୟକ ନାଉରି ନାୟକ ପ୍ରଶ୍ନ କରିଥିଲେ ଯେ କାଳିଆ ଯୋଜନାରେ କେତେ ସଂଖ୍ୟକ କୃଷକ ଓ କୃଷି ନିମନ୍ତେ କେତେ ଅର୍ଥ ବ୍ୟୟ କରାଯାଇଛି |

ଏହାର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ କାଳିଆ ଯୋଜନାରେ ୫୧.୦୫ ଲକ୍ଷ ଜଣ କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ଏବଂ ଏଥିପାଇଁ ୨୦୧୮-୧୯ ମସିହାରେ ଚାଷୀ ସହାୟତା ଓ ପ୍ରଶାସନିକ ବ୍ୟୟ ବାବଦକୁ ୨୧୭୫.୬୬ କୋଟି ବ୍ୟୟ କରାଯାଇଛି ।

ସେହିପରି ୨୦୧୯-୨୦ ମସିହାରେ ୩୨୪୩.୦୧ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ପୁନଶ୍ଚ ୨୦୨୦-୨୧ ମସିହାରେ ୫୩.୫୫ ଲକ୍ଷ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି ଏବଂ ଏଥିପାଇଁ ଫେବୃଆରୀ ମାସ ସୁଦ୍ଧା ୧୨୭୨.୧୯ କୋଟି ଟଙ୍କା ବ୍ୟୟ କରାଯାଇଥିଲା।

ସମ୍ବନ୍ଧିତ ଖବର