ବଢ଼ିଲା ‘କାଳିଆ’ ତର୍କ : ଧର୍ମେନ୍ଦ୍ରଙ୍କୁ ବରିହାଙ୍କ ଚ୍ୟାଲେଞ୍ଜ, ‘ପ୍ରମାଣ କଲେ ରାଜନୀତି ଛାଡ଼ିବି’

ବରଗଡ଼ : ଗତ ୧୧ ତାରିଖ ଗାଇସିଲାଟ୍‌ ବ୍ଲକ ତାଲପାଲି ଠାରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସଭାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରସଂଗରେ ଟାର୍ଗେଟ କରିଥିଲେ। ଏହାବାଦ୍‌ ‘କାଳିଆ’ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ। ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ଏବଂ ତାଙ୍କ ଧର୍ମପତ୍ନୀ କାଳିଆ ଯୋଜନାରେ ଟଙ୍କା ପାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବକ୍ତବ୍ୟରେ କହିଥିଲେ। ଏହାକୁ ନେଇ ବିଧାୟକ ଶ୍ରୀ ବରିହା ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ପ୍ରଧାନ ଉଠାଇଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ଏକ ଅପପ୍ରଚାର ମାତ୍ର। ଯଦି କେନ୍ଦ୍ରମନ୍ତ୍ରୀ ଏହି ଅଭିଯୋଗକୁ ପ୍ରମାଣ କରନ୍ତି, ତେବେ ରାଜନୀତି ଛାଡ଼ିଦେବି ବୋଲି ବିଧାୟକ ଶ୍ରୀ ବରିହା ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷରେ ଯଦି ଅଭିଯୋଗ ପ୍ରମାଣ ନହୁଏ, ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜନୀତି ଛାଡ଼ିବେ କି‌ ବୋଲି ବିଧାୟକ ଶ୍ରୀ ବରିହା ଖୋଲା ଚା‌ଲେଞ୍ଜ କରିଛନ୍ତି।

ସମ୍ବନ୍ଧିତ ଖବର