କାଳିଆ ଯୋଜନା ଟଙ୍କା ୨୦,୦୦୦ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଆକାଉଣ୍ଟକୁ ବି ଯାଇଛି

ଭୁବନେଶ୍ୱର: କାଳିଆ ଟଙ୍କାକୁ କିଭଳି ଭାବେ ଅଯୋଗ୍ୟ ହିତାଧିକାରୀ ହଡ଼ପ କରିଛନ୍ତି ତାହାର ବିସ୍ତୃତ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ | ମନ୍ତ୍ରୀଙ୍କ ସୂଚନା ମୁତାବକ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯାଇଛି | ସେହିପରି ୩ ଲକ୍ଷ ପରିବାରର ଏକାଧିକ ବ୍ୟକ୍ତିଙ୍କ ନାମରେ କାଳିଆ ଟଙ୍କା ବ୍ୟାଙ୍କ ଖାତାକୁ ଯାଇଛି | ୧୨ ହଜାର ବଡ ଚାଷୀ କାଳିଆ ଟଙ୍କା ପାଇଥିବାବେଳେ ୯ ହଜାର ନାବାଳକ ଓ ନାବାଳିକା ବି କାଳିଆ ଟଙ୍କା ପାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି |

ବଡ କଥା ହେଲା ସରକାରୀ କର୍ମଚାରୀ ବି କାଳିଆ ଟଙ୍କା ଚଳୁ କରିବାରୁ ବାଦ ପଡ଼ିନାହାନ୍ତି | ପାଖାପାଖି ୨୦ ହଜାର ସରକାରୀ ଚାକିରିଆ ଓ ପେନସନଭୋଗୀ ମଧ୍ୟ କାଳିଆ ଟଙ୍କା ନେଇଛନ୍ତି | ତେବେ ଏହି ଟଙ୍କା ଫେରାଇବାକୁ କୃଷି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି |

ଏଠାରେ ସୂଚନା ଥାଉ କି କାଳିଆ ଟଙ୍କାକୁ କେତେଜଣ ଅଯୋଗ୍ୟ ହିତାଧିକାରୀ ନେଇଛନ୍ତି ତାହାକୁ ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା | ଯେଉଁମାନେ ଚାହିଁବେ ସେମାନେ ଟଙ୍କା ସରକାରଙ୍କୁ ଫେରାଇପାରିବେ ବୋଲି ସରକାର କହିଥିଲେ |

ସମ୍ବନ୍ଧିତ ଖବର