କେନ୍ଦ୍ର-ରାଜ୍ୟ ହାତ ମିଳାଇଲେ : କିଷାନ୍-କାଳିଆ ମିଶିଲା, ଆସନ୍ତା ଆର୍ଥିକ ବର୍ଷରୁ ଲାଗୁ ହେବ

ମୋହର ମାରିଛନ୍ତି କ୍ୟାବିନେଟ୍, ନିୟମାବଳୀ ପ୍ରସ୍ତୁତ, ୧୬ ହଜାର ବଦଳରେ ଚାଷୀ ପାଇବେ ୧୦ ହଜାର

ଭୁବନେଶ୍ବର : ଯେଉଁ ପ୍ରସଙ୍ଗକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବେ ଶେଷରେ ରାଜ୍ୟ ଓ କେନ୍ଦ୍ର ସରକାର ସେହି ପ୍ରସଙ୍ଗରେ ହାତ ମିଳାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ୍ ଓ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ମିଶିଯାଇଛି। ଆସନ୍ତା ଆର୍ଥିକ ବର୍ଷରୁ ଦୁଇଟି ପୃଥକ୍ ପୃଥକ୍ ନୁହେଁ, ବରଂ ଗୋଟିଏ େଯାଜନା ଭାବେ ଏହା ଓଡ଼ିଶାରେ କାର୍ଯ୍ୟ କରିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଇତିମଧ୍ୟରେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ଜଣାପଡିଛି।

ଅର୍ଥାତ୍ ଓଡ଼ିଶାର ଚାଷୀମାନେ ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କ େଯାଜନା ମିଶି ୧୬ ହଜାର ଟଙ୍କା ନୁହେଁ, ବରଂ ୧୦ ହଜାର ଟଙ୍କା ପାଇବେ। ପୂର୍ବରୁ କାଳିଆ େଯାଜନାରେ ୧୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ୬ ହଜାର ଟଙ୍କା ଏମିତି ୧୬ ହଜାର ଟଙ୍କା ଚାଷୀ ପାଇବା ଲାଗି ସୁଯୋଗ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ୬ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ ୪ ହଜାର ଟଙ୍କା, ଏମିତି ୧୦ହଜାର ଟଙ୍କା ପାଇବେ। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଏଭଳି ନିଷ୍ପତ୍ତି ହୋଇଥିବା ଆଜି ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ରାଜ୍ୟ ରାଜକୋଷ ଉପରେ ଚାପ କମିଛି, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂପର୍କରେ ସୁଧାର ଆସିଛି ବୋଲି ସ୍ପଷ୍ଟ ହୋଇଯାଇଛି। ହେଲେ ଚାଷୀ କିନ୍ତୁ କ୍ଷତି ସହିଛି। ଅବଶ୍ୟ ପ୍ରଧାନମନ୍ତ୍ରୀ କିଷାନ୍ େଯାଜନାରେ ହିତାଧିକାରୀ ଚିହ୍ନଟ ପ୍ରସଙ୍ଗକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ଯେଉଁଥିପାଇଁ କେନ୍ଦ୍ର େଯାଜନାର ଶତ ପ୍ରତିଶତ ଲାଭ କାଳିଆ ହିତାଧିକାରୀମାନେ ପାଇନଥିବା ଅଭିଯୋଗ ଉଠିଥିଲା। ଏପରିକି ପ୍ରଧାନମନ୍ତ୍ରୀ କିଷାନ୍ େଯାଜନାରେ କେତେ ଚାଷୀ ୬ହଜାର ଟଙ୍କା ପାଇଛନ୍ତି, ସେ ହିସାବ ସଂପର୍କରେ କେହି ମୁହଁ େଖାଲୁନାହାନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସନ୍ତୁଷ୍ଟ କରିବା ଲାଗି ରାଜ୍ୟ ସରକାରଙ୍କ ବଡ଼ ଯୋଜନା ଥିଲା ‘କାଳିଆ’। ବିଭିନ୍ନ ରାଜ୍ୟ ଚାଷୀଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଋଣ ଛାଡକୁ ଅସ୍ତ୍ର କରିଥିଲେ। ହେଲେ ଋଣ ଛାଡରୁ ଦୂରେଇଯାଇ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଏହି ‘କାଳିଆ’ େଯାଜନା ଆରମ୍ଭ କରିଥିଲେ। ସେତେବେଳେ ଏହି େଯାଜନାକୁ ଭାରତବର୍ଷରେ ସବୁଠାରେ ପ୍ରଶଂସା ମିଳିଥିଲା। ପରବର୍ତୀ ସମୟରେ ବିରୋଧୀ ଶକ୍ତିର ସମସ୍ତ ଚାପକୁ ଏଡାଇ ଯାଇ କେନ୍ଦ୍ର ସରକାର ମଧ୍ୟ ଋଣ ଛାଡ଼ ପ୍ରସଙ୍ଗରୁ ଓହରିଥିଲେ ଓ କାଳିଆ ଢାଞ୍ଚାରେ ପ୍ରଧାନମନ୍ତ୍ରୀ କିଷାନ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ସତ୍ତ୍ବେ ଏମିତି କ୍ବଚିତ୍ ନିର୍ବାଚନୀ ସଭା ବା କାର୍ଯ୍ୟକ୍ରମ ଥିଲା, େଯଉଁଥିରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବାକ୍ ବିତଣ୍ଡା ଲାଗିନଥିଲା। ତେବେ ସେ ଯାହା ହେଉନା କାହିଁକି ‘କାଳିଆ’ େଯାଜନା ହିଁ ଶାସକ ବିଜେଡି ପାଇଁ ନିର୍ବାଚନ ସମୟରେ ବେଶ୍ ପ୍ରଭାବ ରଖିଥିଲା।

ହେଲେ ନିର୍ବାଚନ ପରବର୍ତୀ ସମୟରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଏକ ସଭାରେ ହିଁ ତାଙ୍କର ବକ୍ତବ୍ୟ ହିଁ ସୂଚାଇଥିଲା େଯ ‘କାଳିଆ’ େଯାଜନା ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ କିଷାନ୍ ରେ ବିଲୀନ ହୋଇଯିବ। ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇବା ପରେ ସେତେବେଳେ ହଇଚଇ ସୃଷ୍ଟି େହାଇଥିଲା ଓ ସରକାର ନିରବ ରହିଥିଲେ।

ଇତିମଧ୍ୟରେ ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ଏ ସଂକ୍ରାନ୍ତ କ୍ୟାବିନେଟ୍ ନିଷ୍ପତ୍ତି ହୋଇସାରିଛି। ହେଲେ ନା ରାଜ୍ୟ ସରକାରଙ୍କ କୃଷି ବିଭାଗ ନା କେନ୍ଦ୍ର ସରକାର କେହି ବି ଖୋଲାଖୋଲି ସ୍ବୀକାର କରିନଥିଲେ। ଆଜି କୃଷି ସଚିବ କହିଛନ୍ତି ଯେ କିଛି ଦିନ ତଳେ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିସାରିଛନ୍ତି।

‘କାଳିଆ’ର ନିୟମାବଳୀ ଇତିମଧ୍ୟରେ ପରିବର୍ତନ େହାଇସାରିଛି। ତେବେ ପିଏମ୍‌ କିଷାନରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନଥିବାରୁ ‘କାଳିଆ’ରେ ଚିହ୍ନଟ ୧୪ ଲକ୍ଷ ୭୦ ହଜାର ଭୂମିହୀନଙ୍କୁ ବାର୍ଷିକ ୧୨ ହଜାର ୫ ଶହ ଟଙ୍କା ପୂର୍ବଭଳି ରାଜ୍ୟ ସରକାର ପ୍ରଦାନ କରିବେ। ରାଜ୍ୟ ଉପରେ ଥିବା ଆର୍ଥିକ ଚାପ କମାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ତେବେ ରାଜ୍ୟ ରାଜନୀତି ଉପରେ କିନ୍ତୁ ଏହାର ଜବରଦସ୍ତ ପ୍ରଭାବ ପଡିବ େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି।

ଉଲ୍ଲେଖଯୋଗ୍ୟ, କାଳିଆ ଯୋଜନାରେ ସରକାର ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ଚାଷୀଙ୍କୁ ୨୫୫୨ କୋଟି ୬୪ ଲକ୍ଷ ଟଙ୍କା ଦେଇ ସାରିଛନ୍ତି। ଦ୍ବିତୀୟ କିସ୍ତିର ଟଙ୍କା ନଭେମ୍ବରରେ ଦେବେ ବୋଲି କହିଥିଲେ। ହେଲେ ଗୋଟିଏ ସୂତ୍ରରୁ ସୂଚନା ମିଳିଛି େଯ ମାତ୍ର ଏଯାଏ ୧୦ ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଁଏ ମିଳିଛି।

କାଳିଆ ଯୋଜନାରେ ସମୁଦାୟ ୭୫ ଲକ୍ଷ ଚାଷୀଙ୍କୁ ସାମିଲ କରିବେ ବୋଲି ସରକାର ଘୋଷଣା କରିଥିଲେ। ହେଲେ ହିତାଧିକାରୀ ଚୟନକୁ ନେଇ ବିବାଦ ସୃଷ୍ଟି ହେବାରୁ ଏହି ଯୋଜନାର ଗତିରୋଧ ହୋଇଥିଲା।

ସମ୍ବନ୍ଧିତ ଖବର