ଭୁବନେଶ୍ବର : ରାଜ୍ୟର କୃଷକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘କାଳିଆ’ ଯୋଜନାକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସମବାୟ ବିଭାଗ ପକ୍ଷରୁ ‘କାଳିଆ ବାର୍ତ୍ତା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଚାଷୀଙ୍କ ନାମ ପଞ୍ଜୀକରଣ କରିବା ଠାରୁ ଆରମ୍ଭ କରି ମେସେଜ୍ ଏବଂ ଭଏସ୍ କଲ୍ ମାଧ୍ୟମରେ କାଳିଆ ଯୋଜନାର ଅପ୍ ଟୁ ଡେଟ୍ ତଥ୍ୟ ପଠାଯିବ। ଏଥିପାଇଁ କେବଳ ଆଗ୍ରହୀ ଚାଷୀଙ୍କୁ ୦୮୦୬୧୧୭୪୨୨୨ରେ ମିସ୍ କଲ୍ ଦେବାକୁ ପଡ଼ିବ। ଗତ ତିନି ଦିନ ମଧ୍ୟେର ୨୦ହଜାରରୁ ଅଧିକ ଚାଷୀ କାଳିଆ ଯୋଜନାରେ ସଂଯୁକ୍ତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
କାଳିଆ ଯୋଜନାରେ ଉପକୃତ ହେବାକୁ ଥିବା ଚାଷୀଙ୍କୁ ସରକାରୀ ସହାୟତା ଦେବା ପୂର୍ବରୁ କାଳିଆ ବାର୍ତ୍ତା ମାଧ୍ୟମରେ ନାମ ପଞ୍ଜୀକରଣ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ଜୋରଦାର୍ ପ୍ରଚାର ଆରମ୍ଭ ହୋଇଛି। ପଞ୍ଜୀକୃତ ହୋଇଥିବା ୨୦ହଜାର ଚାଷୀଙ୍କ ସମେତ ସର୍ବସାଧାରଣଙ୍କୁ ୭୦ହଜାରରୁ ଅଧିକ ଏସ୍ଏମ୍ଏସ୍ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ୩ହଜାରରୁ ଅଧିକ ଚାଷୀ www.kalia.co.in ୱେବସାଇଟ୍ ବ୍ୟବହାର କରିଛନ୍ତି। ଯେଉଁମାନେ ହ୍ବାଟସ୍୍ଆପ୍ରେ କାଳିଆ ଯୋଜନା ସମ୍ପର୍କିତ ତଥ୍ୟ ପାଇବାକୁ ଚାହୁଁଥିବେ ସେମାନେ www.kalia.co.in ୱେବସାଇଟ୍ରେ ମୋବାଇଲ୍ ନମ୍ବର ପଞ୍ଜୀକୃତ କରିବାକୁ କୁହାଯାଇଛି।