ଆଜି କାଳିଆ ଯୋଜନାରେ ସହାୟତା

ଭୁବନେଶ୍ବର : ଆସନ୍ତା ୧୫ ତାରିଖରେ ଅକ୍ଷୟ ତୃତୀୟା। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟର ଚାଷୀମାନଙ୍କୁ କାଳିଆ ଯୋଜନାରେ ସହାୟତା ମିଳିବ। ଶୁକ୍ରବାର ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଖରିଫ ଋତୁ ପାଇଁ କାଳିଆର କିସ୍ତି ଅର୍ଥ ପ୍ରଦାନର ଶୁଭାରମ୍ଭ କରିବେ। ଏହି ପର୍ଯ୍ୟାୟରେ ପ୍ରାୟ ୪୨ ଲକ୍ଷ ହିତାଧିକାରୀଙ୍କୁ କାଳିଆ ସହାୟତା ବଣ୍ଟନ କରାଯିବ।

ଏ ବାବଦରେ ରାଜ୍ୟ ସରକାର ୯୨୦ କୋଟି ଟଙ୍କା ବ୍ୟୟ କରିବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଗତ ଏପ୍ରିଲ୍‌ ୧ ତାରିଖରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଥିଲା। ଆର୍ଥିକ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଏହି ଫାଇଲ୍‌ରେ ଦସ୍ତଖତ କରି କାମ ଆରମ୍ଭ କରିଥିଲେ। ପ୍ରାୟ ୬୯୩ କୋଟି ୯୪ ଲକ୍ଷ ଟଙ୍କାର ସହାୟତା ରାଶି ସିଧାସଳଖ ଚାଷୀଙ୍କ ଆକାଉଣ୍ଟ୍‌କୁ ଯାଇଥିଲା। ପିପିଲି ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ପୁରୀ ଜିଲ୍ଲାର ହିତାଧିକାରୀଙ୍କୁ କାଳିଆ କିସ୍ତି ଟଙ୍କା ପଠାଯାଇ ନ ଥିଲା। ଏଥରକ ପୁରୀ ଜିଲ୍ଲାର ହିତାଧିକାରୀ ଦୁଇଟି କାଳିଆ କିସ୍ତିର ଅର୍ଥ ପାଇବେ।

ସମ୍ବନ୍ଧିତ ଖବର