ଆସନ୍ତାକାଲି ବଣ୍ଟାହେବ ‘କାଳିଆ’ ଟଙ୍କା

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ୪୯୦ ଜଣ ଚାଷୀ ମିଳିବ ଟଙ୍କା

ଭୁବନେଶ୍ୱର : ଆସନ୍ତାକାଲିଠୁ ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ୪୯୦ ଜଣ ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଯିବ। ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ଏହି ଯୋଜନାରେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ଯେଉଁଚାଷୀମାନେ ପ୍ରଥମ ପର୍ଯ୍ୟାୟରେ ତାଲିକାରୁ ବାଦ ପଡ଼ିଯାଇଛନ୍ତି । ସେମାନେ ସଂପୂର୍ଣ୍ଣ ତଥ୍ୟ ସହ ପୁଣି ଆବେଦନ କରିପାରିବେ । ଆଉ ଏସବୁ ଭିତରେ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ବାଂଟିବା ପାଇଁ ପୁରୀ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀକ୍ଷେତ୍ର ପୁରୀରୁ ‘କାଳିଆ’ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଯୋଗଇ ଦେବା କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଲେଖାଏଁ ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ୪୯୦ ଜଣ ଚାଷୀଙ୍କ ଖାତାକୁ ଟଙ୍କା ଯିବ

ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପହଂଚିବ

ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତ କାର୍ଯ୍ୟାଳୟରେ ପ୍ରକାଶ ପାଇବ

ପଂଚାୟତକୁ ଯାଇ ଚାଷୀ ତାଲିକା ଦେଖିପାରିବେ, ଅବଶ୍ୟକସ୍ଥଳେ ଅଭିଯୋଗ କରିପାରିବେ

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫ ଲକ୍ଷ ଚାଷୀ କାଳିଆ ଯୋଜନାରେ ଆବେଦନ କରିଛନ୍ତି

ଆବେଦନ ସଂପୂର୍ଣ୍ଣ ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅନେକ ଚାଷୀ ତାଲିକାରୁ ବାଦ ପଡ଼ିଛନ୍ତି

ଏହି ଚାଷୀମାନେ ସଂପୂର୍ଣ୍ଣ ତଥ୍ୟ ସହ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ

ଚାଷୀଙ୍କ ଋଣ ଛାଡ ଯୋଜନାରେ ଓଡ଼ିଶା ସରକାର ସାମିଲ ନହୋଇ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହି ଯୋଜନାକୁ ନିର୍ବାଚନ ପୂର୍ବରୁ ଟଙ୍କା ବାଂଟିବାର ଚାଲର ଆଖ୍ୟା ଦେଇଛି ବିରୋଧୀ । ତେବେ ରାଜନୀତିର ଏହି ଆରୋପ-ପ୍ରତ୍ୟୋରୋପ ଭିତରେ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଏହି କାଳିଆ ଯୋଜନା, ଓଡ଼ିଶାର ଏକ ବଡ ବର୍ଗକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର