କାଳିଆ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ଫେବ୍ରୁଆରି ୧୫ରେ ମିଳିବ

ଭୁବନେଶ୍ୱର: କାଳିଆ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ଫେବ୍ରୁଆରି ୧୫ରେ ମିଳିବ। ଏହି କାଳିଆ ଟଙ୍କା ସାଢେ ଚାରି ଲକ୍ଷ ଭୂମିହୀନ ଚଷୀଙ୍କୁ ମିଳିବ। ସେହିପରି ୨୨ ତାରିଖରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ସହିତ ୧୩ରୁ ୧୪ ଲକ୍ଷ ଚାଷୀ ଏଥିରେ ଉପକୃତ ହେବା କଥା କୁହାଯାଉଛି। ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ମିଳିବ ବୋଲି ସମୀକ୍ଷା ପରେ କୃଷି ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ କାଳିଆ ଟଙ୍କା ଲୋକଙ୍କ ପାଖରେ ପହଞ୍ଚି ସାରିଛି । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ହଜାର ଭୂମୀହିନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ କାଳିଆ ଯୋଜନାରୁ ଉପକୃତ ହୋଇଛନ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ପାଖରେ ୫ ହଜାର ଟଙ୍କା ପହଞ୍ଚି ସାରିଛି । ତେବେ କାଳିଆ ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତ କାର୍ଯ୍ୟାଳୟରେ ପ୍ରକାଶ ପାଇଥିଲା । ଏହି ଯୋଜନା ଅନୁସାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର