୫୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର: ପୁଣି ମୁଣ୍ଡଟେକିଲା କାଳିଆ ଯୋଜନା ଅର୍ଥକୁ ନେଇ ଆଲୋଚନା। ଆଜି କାଳିଆ ଯୋଜନାରେ ଅର୍ଥ ଲାଭ କରିଥିବା ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରିବା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ଏ ନେଇ ଭୁବନେଶ୍ବରସ୍ଥ କୃଷି ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକ ପରେ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଫେରାଇବେ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ କେବଳ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇସାରିଛି।

ତେବେ କିଛି ହିତାଧିକାରୀ ନିଜ ଆଡୁ ପାଇଥିବା କାଳିଆ ଟଙ୍କା ଫେରାଇ ଦେଇଥିବା ବେଳେ ଅନ୍ୟମାନଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଛି।  ଏହି ଟଙ୍କା ଫେରାଇବାକୁ ହିତାଧିକାରୀ ବ୍ୟାଙ୍କ ଆକାଉଂଟ ନମ୍ବର ଦିଆଯାଇଛି । ସେମାନେ ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଟଙ୍କା ଫେରସ୍ତ କରିବେ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଛନ୍ତି, ଚାଷୀଙ୍କ ଠାରୁ ଟଙ୍କା ଫେରସ୍ତ କରିବା ବଦଳରେ ଯେଉଁ ଅଫିସରମାନେ ଏଥିରେ ସଂପୃକ୍ତ ଅଛନ୍ତି ବା ଟଙ୍କା ଦେଇଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ସେ ଶାସକ ଦଳର ନେତାଙ୍କ ଇଙ୍ଗିତରେ ହିତାଧିକାରୀ ଚୟନ କରାଯା‌ଇଥିଲା ବୋଲି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର