କଳିକେଶଙ୍କ ଆୟ କମିଛି, ଚାଷ ଜମି ନାହିଁ

ପେସାରେ ବ୍ୟବସାୟୀ ଅନନ୍ତ, ସ୍ତ୍ରୀ ଅଭିନେତ୍ରୀ; ସମ୍ପତ୍ତି ୧୬ ଲକ୍ଷ ୧୭ ହଜାର

କଳିକେଶ ନାରାୟଣ ସିଂହଦେଓ ହେଉଛନ୍ତି ବିଜେଡିର ସାଂସଦ ପ୍ରାର୍ଥୀ। ତାଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩କୋଟି ୧୭ଲକ୍ଷ ୧୬ହଜାର ୨୭୮ ଟଙ୍କା ଥିବା ଜଣାପଡିଛି। ସେଥିମଧ୍ୟରେ ସୁନାଗହଣା ୨୧ଲକ୍ଷ ୬୭ହଜାର ଟଙ୍କାର ରହିଛି। ବଣ୍ଡ ଏବଂ ଡିବେନଚରର ସେୟାରରେ ପ୍ରାୟ ୨କୋଟି ଟଙ୍କା ନିବେଶ କରିଛନ୍ତି। ସିଟି ବ୍ୟାଙ୍କ, ଆନ୍ଧ୍ରା, ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ ମାନଙ୍କରେ ଆକାଉଣ୍ଟମାନ ରହିଛି। କଳିକେଶଙ୍କ ସ୍ଥାବର ସମ୍ପତ୍ତି ମୋଟ ୧୦କୋଟି ୭୬ଲକ୍ଷ ୭୫ହଜାର ୫୦୦ ଟଙ୍କା ଥିବା ଜଣାପଡିଛି।

ପେସାରେ ବ୍ୟବସାୟୀ ଅନନ୍ତ, ସ୍ତ୍ରୀ ଅଭିନେତ୍ରୀ; ସମ୍ପତ୍ତି ୧୬ ଲକ୍ଷ ୧୭ ହଜାର

ଯୁବନେତା ଅନନ୍ତ ଦାସ ବିଜେପିର ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୬ଲକ୍ଷ ୧୭ହଜାର ଟଙ୍କା। ଅସ୍ଥାବର ସମ୍ପତ୍ତି ୭ଲକ୍ଷ ୧୭ହଜାର ୪୧୬ ଟଙ୍କା ହୋଇଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୯ଲକ୍ଷ ଟଙ୍କା ସେ ଦର୍ଶାଇଛନ୍ତି। ସେହିପରି ତାଙ୍କ ସ୍ତ୍ରୀଙ୍କ ନାଁରେ ଅସ୍ଥାବର ସମ୍ପତ୍ତି ୪ଲକ୍ଷ ୭୩୪ ଟଙ୍କା ରହିଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସେ ଦର୍ଶାଇଛନ୍ତି। ସେ ନିଜେ ବ୍ୟବସାୟୀ ଓ ତାଙ୍କ ପତ୍ନୀ ବିଦୁସ୍ମିତା ଦାସମନ୍ତ୍ରୀ ସିନେ ଅଭିନେତ୍ରୀ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର