କଳିଙ୍ଗ ଚକ୍ଷୁ ହସ୍ପିଟାଲରେ କର୍ମଶାଳା

ଢେଙ୍କାନାଳ : ଢେଙ୍କାନାଳ ଦକ୍ଷିଣକାଳୀ ରୋଡ୍‌ ସ୍ଥିତ କଳିଙ୍ଗ ଚକ୍ଷୁ ହସ୍ପିଟାଲରେ ସିଏମ୍‌ଇ (କଣ୍ଟିନ୍ୟୁଇଂ ମେଡିକାଲ୍‌ ଏଜୁକେସନ) ସମ୍ପର୍କିତ ଏକ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଛି। ଜେନେରାଲ କେ. ପି. ଡି. ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଆଇଏଫ୍‌ଏସ ବିନୋଦ କୁମାର, ଢେଙ୍କାନାଳ ଜିଲ୍ଲାପାଳ ଭୂପେନ୍ଦ୍ର ସିଂ ପୁନିଆ, ଡାକ୍ତର ମିହିର କୋଠାରୀ, ମୁମ୍ବାଇ ଚକ୍ଷୁ କ୍ଲିନିକର ନିର୍ଦେଶିକା ଜ୍ୟୋର୍ତିମୟୀ, ସିନିୟର ପ୍ରୋଗ୍ରାମ ମ୍ୟାନେଜର ଆକବର ମେହେଫୁଜ ଆଲାମ, ଡାକ୍ତର ଚନ୍ଦ୍ରଶେଖର ସାହୁ ପ୍ରମୁଖ କର୍ମଶାଳାରେ ଯୋଗ ଦେଇଥିଲେ। ଶିଶୁ ଚକ୍ଷୁ ରୋଗୀ, ଆଶୁ ଚିକିତ୍ସା ଓ ପ୍ରତିକାର ଆଦି ବିଭିନ୍ନ ପ୍ରସଙ୍ଗରେ କର୍ମଶାଳାରେ ଆଲୋଚନା ହୋଇଥିଲା। ଭି. ଉମା ଭାରତୀ ସ୍ୱଳ୍ପ ଦୃଷ୍ଟି ଦୋଷ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନା କରିଥିଲେ। ଶେଷରେ ଅନୁଷ୍ଠାନର ମୁଖ୍ୟ ସାରଙ୍ଗଧର ସାମଲ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଗତ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ମୁମ୍ବାଇ ଚକ୍ଷୁ ବିଶେଷଜ୍ଞମାନଙ୍କ ଦ୍ୱାରା ଶିଶୁମାନଙ୍କର ଚକ୍ଷୁର ଅସ୍ତ୍ରୋପଚାର କରାଯାଇଥିଲା।

ସମ୍ବନ୍ଧିତ ଖବର