ଭୁବନେଶ୍ବର : ଆସନ୍ତା ୧୮ ତାରିଖରେ ହେବାକୁ ଥିବା କଳିଙ୍ଗ ପୁସ୍ତକ ମେଳାର ପୁରସ୍କାର ବିତରଣ ଉତ୍ସବକୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ମେଳା କମିଟିର ସଂପାଦିକା ରେଣୁକା ମିଶ୍ର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। କରୋନାର ପ୍ର କୋପ କମିବା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ତେବେ ପୁରସ୍କାର ନିମନ୍ତେ ଚୟନ କରାଯାଇଥିବା ପୁସ୍ତକଗୁଡ଼ିକର ତାଲିକା ଠିକ୍ ସମୟରେ ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
କଳିଙ୍ଗ ପୁସ୍ତକ ମେଳାର ପୁରସ୍କାର ବିତରଣ ଉତ୍ସବ ସ୍ଥଗିତ
/sambad/media/post_attachments/wp-content/uploads/2022/01/kalinga-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)