ଭୁବନେଶ୍ବର : ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ କଳିଙ୍ଗ ଏନଭାର୍ଣ୍ଣମେଣ୍ଟ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୦ ପ୍ରଦାନ କରାଯାଇଛି। ଭୁବନେଶ୍ବରରେ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ବାଲିଟି ଆଣ୍ଡ୍ ଏନଭାର୍ଣ୍ଣମେଣ୍ଟ ମ୍ୟାନେଜମେଣ୍ଟ୍ ସର୍ଭିସେସ୍‌ (ଆଇକ୍ୟୁଇଏମ୍‌ଏସ୍‌) ଓ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍‌-ହାଇଦ୍ରାବାଦ ପକ୍ଷରୁ ଶନିବାର ଅନୁ‌ଷ୍ଠିତ ସେମିନାରରେ ଏହି ପୁରସ୍କାର ଓଏମସିକୁ ମିଳିଛି। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଠାରୁ ଓଏମ୍‌ସିର ଅତିରିକ୍ତ ସାଧାରଣ ପରିଚାଳକ (ଜଙ୍ଗଲ ଓ ପରିବେଶ) ସନ୍ଧ୍ୟା ମିଶ୍ର ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ଓଏମସିର ଉନ୍ନତମାନର ପ୍ରଭାବୀ ପରିବେଶ ପରିଚାଳନା ପାଇଁ ଏହି ପୁରସ୍କାର ଦିଆଯାଇଛି।