ଘୁ.ଉଦୟଗିରି: ଆଜିବି କନ୍ଧମାଳ ଜିଲ୍ଲାର ବହୁ ଅଞ୍ଚଳରେ ବିକାଶ ବାଟବଣା। ବିକାଶ ଯେମିତି ଅପହଞ୍ଚ ହୋଇରହିଯାଇଛି। ରାଜନୈତିକ ଇଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ଅଣଦେଖା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ଯୋଜଯୋଗ, ପାନୀୟଜଳ, ପର୍ଯ୍ୟଟନ ଭଳି ବହୁ ସମସ୍ୟାର ସମାଧାନ ନହେବା ଯୋଗୁଁ ବହୁ ଅଞ୍ଚଳ ଅପହଞ୍ଚ ହୋଇରହିଯାଇଛି। ନିର୍ବାଚନ ପରେ ନିର୍ବାଚନ ହେଉଛି ନେତା ପରେ ନେତା ନିର୍ବାଚିତ ହେଉଛନ୍ତି ମାଳ ମାଳ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ରହିଯାଉଛି ଲୋକଙ୍କ ସାମନ୍ୟ ମୌଳିକ ସମସ୍ୟାର ସମାଧାନ ହୋଇପାରିନି। ଏହିଭଳି ଏକ ପଞ୍ଚାୟତ ହେଉଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଳକ୍ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଯାହାକି ଜାତୀୟ ରାଜପଥ ୧୫୭କଡରେ ଅବସ୍ଥିତ।
ଘୁ.ଉଦୟଗିରି ବ୍ଲକର ସବୁଠାରୁ ବଡ଼ ପଞ୍ଚାୟତ ହୋଇଥିବା ବେଳେ ପ୍ରାୟ ୧୨,୦୦୦ରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି ଏବଂ ମୋଟ ୨୦ ଗୋଟି ୱାର୍ଡକୁ ନେଇ ଗଠିତ କଳିଙ୍ଗା ଗ୍ରାମ ପଞ୍ଚାୟତ ଏହାସହ ଏଠାରେ ରହିଛି ସରକାରୀ ବିଇଡି କଲେଜ, ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର, ଆଶ୍ରମ ସ୍କୁଲ, ଉଦ୍ୟାନ ପ୍ରଶିକ୍ଷଣ କେନ୍ଦ୍ର ଭଳି ଅନୁଷ୍ଠାନ। ଏହି ସବୁ ଶିକ୍ଷାନୁଷ୍ଠାନରେ ହଷ୍ଟେଲ ସୁବିଧା ରହିଥିବାରୁ ଶତାଧିକ ଛାତ୍ରାଛତ୍ରୀ ବାହାର ଅଂଚଳରୁ ଆସି ଏଠାରେ ରହି ପାଠ ପଢୁଛନ୍ତି। ଭାରତ ସ୍ଵାଧିନତାର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ଏହି ଅଞ୍ଚଳବାସି ଅନେକ ମୌଳିକ ସମସ୍ୟା ଦେଇ ଗତିକରୁଛନ୍ତି। ବାରମ୍ବାର ସ୍ଥାନୀୟ ଜନ ପ୍ରତିନିଧି ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କ ପର୍ଯ୍ୟନ୍ତ ନିଜର ଅଧିକାର ନିମନ୍ତେ ଅବଗତ କରାଇଥିଲେ ମଧ୍ୟ ସମସ୍ତେ ଜାଣିଶୁଣି କେବଳ ନୀରବଦ୍ରଷ୍ଟା ସାଜିଛନ୍ତି। ଆଜି ମଧ୍ୟ ଏହି ଅଞ୍ଚଳବାସୀ ଗମନା ଗମନ, ବିଶୁଦ୍ଧ ପାନୀୟ ଜଳ, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ପ୍ରତ୍ୟେକ କ୍ଷେତ୍ରରେ ବହୁତ୍ ପଛରେ ରହିଛନ୍ତି। ବିଦ୍ୟାଳୟ ଅଛି ହେଲେ ଶିକ୍ଷକ ନାହାନ୍ତି। ପାଇପଲାଇନ ବିଛା ଯାଇଛି ହେଲେ ପାଣି ଆସୁନି। ଗାଁ ଅଛି ହେଲେ ଗାଁକୁ ଯିବାକୁ ରାସ୍ତା ନାହିଁ। ଜମି ଅଛି ଜଳସେଚନର ସୁବିଧା ନାହିଁ। ପର୍ଯ୍ୟାପ୍ତ ପର୍ଯ୍ୟଟନ କ୍ଷେତ୍ର ରହିଥିବା ବେଳେ ପର୍ଯ୍ୟଟନ ବିକାଶ ପାଇଁ ସରକାରୀ ଅବହେଳା ଏହିଭଳି ମାଳ ମାଳ ସମସ୍ୟା ଭିତରେ କଳିଙ୍ଗା ପଞ୍ଚାୟତବାସୀ ଗତିକରୁଥିବା ବେଳେ ଦୀର୍ଘ ବର୍ଷ ଧରି ନିଜ ଅଞ୍ଚଳରେ ଲାଗିରହିଥିବା ମୌଳିକ ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ପାଖକୁ ଦୌଡୁଛନ୍ତି ଲିଖିତ ଭାବେ ଅବଗତ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି। କିନ୍ତୁ ବର୍ତ୍ତମାନ ସରକାର ବଦଳିବା ସହ ନୂତନ ମୁଖ୍ୟମନ୍ତ୍ରୀ ଶାସନ ଭାର ଗ୍ରହଣ କରିବା ପରେ କଳିଙ୍ଗା ପଞ୍ଚାୟତର ମୌଳିକ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ବାସୀ ଲିଖିତ ଭାବେ ଅବଗତ କରେଇବା ସହ ଆଶା କରିଛନ୍ତି ସମସ୍ୟାର ସାମଧନ ପାଇଁ।